ସେପ୍ଟେମ୍ବର ୧୪ ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ଗୁରୁଙ୍କ କୃପା, ମିଳିବ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮/୦୯ : ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବ୍ରହ୍ମସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧିର କାରକ ଗ୍ରହ କୁହାଯାଏ। ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ୧୪ ରେ ରାଶି ପରିବର୍ତ୍ତନ କରିବେ। ଏହି ଦିନ ଗୁରୁ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ। ବୃହସ୍ପତି ନଭେମ୍ବର ୨୦ ପର୍ଯ୍ୟନ୍ତ ମକର ରାଶିରେ ରହିବ। ଦେବଗୁରୁ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ହେତୁ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟଦୋୟ ହେବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ମକର ରାଶିରେ ଦେବଗୁରୁ ବୃହସ୍ପତିଙ୍କ ପ୍ରବେଶ ଶୁଭ ହେବାକୁ ଯାଉଛି।

ମେଷ ରାଶି :

ମକର ରାଶିରେ ଦେବଗୁରୁ ବୃହସ୍ପତିଙ୍କ ପ୍ରବେଶ ହେତୁ ମେଷ ରାଶିର ବ୍ୟକ୍ତି ଶୁଭ ଫଳାଫଳ ପାଇବେ। ଆର୍ଥିକ ପକ୍ଷ ଦୃଢ ହେବ। ପ୍ରତିଷ୍ଠା ଏବଂ ପଦବୀରେ ବୃଦ୍ଧି ଘଟିବ। ସେପ୍ଟେମ୍ବରରୁ୧୪ ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ସମୟ ଚାକିରି ଏବଂ ବ୍ୟବସାୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ । ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ମଧ୍ୟ ଫଳପ୍ରଦ ହେବ।

ସିଂହ ରାଶି :

ସିଂହ ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ। ଲାଭ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତି ହେବ। ବୈବାହିକ ଜୀବନ ସୁଖମୟ ହେବ। ନୂତନ ଯାନବାହାନ କିମ୍ବା ଘର କିଣିବାର ସମ୍ଭାବନା ରହିବ।

ବିଛା ରାଶି :

ବିଛା ରାଶିର ଲୋକଙ୍କ ପାଇଁ ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କୌଣସି ବରଦାନ ଠାରୁ କମ୍ ନୁହେଁ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ନୂତନ ଯାନବାହାନ କିମ୍ବା ଘର କିଣିବାର ସମ୍ଭାବନା ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ ରାଶି :

ଦେବଗୁରୁ ବୃହସ୍ପତିଙ୍କ ଅନୁଗ୍ରହରେ, ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଫଳପ୍ରଦ ହେବ । ଏହି ସମୟ ଚାକିରି ଏବଂ ବ୍ୟବସାୟ ପାଇଁ ଶୁଭ ହେବ। ବିବାହିତ ଜୀବନରେ ସୁଖ ଅନୁଭବ କରିବେ। ଲାଭ ହେବ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ପ୍ରଶଂସିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.