ଏପ୍ରିଲ ୬ରୁ କୁମ୍ଭ ରାଶିରେ ଗୋଚର କରିବେ ବୃହସ୍ପତି: ବାୟୁ ତତ୍ତ୍ୱ ରାଶିଗୁଡିକୁ ମିଳିବ ଲାଭ

Published By : Prameya-News7 Bureau | April 02, 2021 IST

ଭୁବନେଶ୍ୱର ୦୨/୦୪ : ଦେବ ଗୁରୁ ବୃହସ୍ପତି ବର୍ତ୍ତମାନ ମକର ରାଶିରେ ଗୋଚର କରିଛନ୍ତି। ଏପ୍ରିଲ ୬ ତାରିଖ ଅପରାହ୍ନ ୧୨ଟା ୨୫ ମିନିଟରେ କୁମ୍ଭ ରାଶିରେ ପ୍ରବେଶ କରିବେ। ବୃହସ୍ପତି କୁମ୍ଭ ରାଶିରେ ୧୩ ମାସ ରହିବେ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ବାୟୁ ତତ୍ତ୍ୱ ରାଶି ପାଇଁ ଅଶ୍ବାସ୍ତିକର ହେବ। ରାଶି ପରିବର୍ତ୍ତନ ଯୋଗୁଁ ଏହିସବୁ ରାଶିର ବିବାହ ବାଧା ଦୂର ହେବ। କାର୍ଯ୍ୟ ବ୍ୟବସାୟ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ କାମ ଆଗକୁ ବଢିବ।

ବାୟୁ ତତ୍ତ୍ୱର ୩ ରାଶି ହେଲେ ମିଥୁନ, ତୁଳା ଓ କୁମ୍ଭ। ମିଥୁନ ରାଶିରେ ବୃହସ୍ପତିରେ ଅଷ୍ଟମ ଭାବରେ, ତୁଳା ରାଶିରେ ଚତୁର୍ଥ ଭାବରେ ଓ କୁମ୍ଭ ରାଶିରେ ଦ୍ୱାଦଶ ଭାବରେ ଅଛନ୍ତି। ଏହି ୩ ଭାବକୁ ଜ୍ୟୋତିଷଶାସ୍ତ୍ରରେ ଶୁଭ ଭାବ ବୋଲି କୁହାଯାଏ ନାହିଁ। ବୃହସ୍ପତିଙ୍କ ଭଳି ଶୁଭ ଗ୍ରହ ଯେତେବେଳେ ଚତୁର୍ଥ, ଅଷ୍ଟମ ଓ ଦ୍ୱାଦଶ ଭାବରେ ଗତି କରନ୍ତି ସେତେବେଳେ ଶୁଭ ପରିଣାମ ମିଳିନଥାଏ। ବୃହସ୍ପତିଙ୍କ ଆଗାମୀ ରାଶି ପରିବର୍ତ୍ତନ ଏହି ୩ ରାଶି ପାଇଁ ସକାରାତ୍ମକ ରହିବ। 

ମିଥୁନ ରାଶିରେ ବୃହସ୍ପତି ଭାଗ୍ୟ ସ୍ଥାନରେ ଭ୍ରମଣ କରିବେ। ଏହିସବୁ ଜାତକଙ୍କୁ ଧର୍ମ ଆସ୍ଥା ଓ ବିଶ୍ୱାସ ଗୁଣ ପାଇଁ ସୁଯୋଗ ମିଳିବ। ଯାତ୍ରା ଏବଂ ଧାର୍ମିକ ଯାତ୍ରାର ଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅବରୋଧ କମ ହେବ। ଫଳପ୍ରଦତା ବୃଦ୍ଧି ପାଇବ।

ତୁଳା ରାଶିରୁ ବୃହସ୍ପତି ପଞ୍ଚମ ସ୍ଥାନରେ ଭ୍ରମଣ କରିବେ। ବିଦ୍ୟାର୍ଥୀଙ୍କ ପାଠ ପଢାରେ ମନ ଲାଗିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପରିଣାମ ଆଣିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ ରାଶିରେ ବୃହସ୍ପତି ସ୍ୱୟଂ ବିରାଜମାନ ରହିବେ। ଏହି ସ୍ଥିତିରେ କୁମ୍ଭ ରାଶି ବ୍ୟକ୍ତି ଦାୟିତ୍ୱବାନ ହେବେ। ବ୍ୟକ୍ତିଗତ ଜୀବନରେ ଶୁଭ୍ରତା ସଞ୍ଚାର ବଢିବ। ଭାଗ୍ୟର ପ୍ରବଳତା ଯୋଗୁଁ ଅଟକି ରହିଥିବା କାମ ହେବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.