୨୦ ତାରିଖ ଯାଏଁ ମିଥୁନ, କର୍କଟ ସମେତ ଏହି ରାଶି ପାଇଁ ଶୁଭ ସମୟ: ପ୍ରାପ୍ତ ହେବ ଗୁରୁଙ୍କ କୃପା, ଚାକିରୀରେ ପଦୋନ୍ନତି ଯୋଗ

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬/୧୧ : ଜ୍ୟୋତିଷଶାସ୍ତ୍ରରେ ବୃହସ୍ପତି ଗ୍ରହରକୁ ବିଶେଷ ସ୍ଥାନ ଅଛି। ବୃହସ୍ପତିଙ୍କ କୃପାରୁ ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହୁଏ। ବର୍ତ୍ତମାନ ବୃହସ୍ପତି ମକର ରାଶିରେ ବିରାଜମାନ। ନଭେମ୍ବର ୨୦ ତାରିଖ ଯାଏଁ ବୃହସ୍ପତି ମକର ରାଶିରେ ରହିବେ। ଗୁରୁଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥଳ, ଧନ, ଦାନ, ପୁଣ୍ୟ ଓ ବୁଦ୍ଧି ଆଦିର କାରକ ଗ୍ରହ କୁହାଯାଏ। ବୃହସ୍ପତି ଗ୍ରହ ୨୭ ନକ୍ଷତ୍ରରେ ପୁନର୍ବସୁ, ବିଶାଖା ଓ ପୂର୍ବାସା ଭାଦ୍ରପଦ ନକ୍ଷତ୍ରର ଗୁରୁ ଗ୍ରହ। ଜ୍ୟୋତିଷ ଗଣନା ଅନୁଯାୟୀ ଆଗାମୀ ୧୪ ଦିନ ଯାଏଁ କିଛି ରାଶିରେ ବୃହସ୍ପତିଙ୍କ ବିଶେଷ କୃପା ରହିବ। କେଉଁ କେଉଁ ରାଶି ପାଇଁ ଆଗାମୀ ୧୪ ଦିନ ଶୁଭ ଜାଣନ୍ତୁ...

ମିଥୁନ - ବୃହସ୍ପତି ମକର ରାଶିରେ ବିରାଜମାନ ଥିବାରୁ ମିଥୁନ ରାଶିର ଅଟକି ରହିଥିବା କାମ ପୁରା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ମିଳିବ। ଯାତ୍ରାରୁ ଲାଭ ହେବାର ଯୋଗ ରହିଛି। ଆୟ ବୃଦ୍ଧି ହୋଇପାରେ। ଆପଣ କରିଥିବା କାମ ଯୋଗୁଁ ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରେ ସଫଳତା ମିଳିବ। ଚାକିରୀ ଓ ବ୍ୟବସାୟ ପାଇଁ ଶୁଭ ସମୟ।

କର୍କଟ ରାଶି - କର୍କଟ ରାଶି ଉପରେ ଗୁରୁଙ୍କ ଶୁଭ ପ୍ରଭାବ ପଡିବ। ଚାକିରୀରେ ପଦୋନ୍ନତି ଯୋଗ ରହିଛି। ମାନସମ୍ମାନ ବୃଦ୍ଧି ହୋଇପାରେ। ଯାନବାହାନ କିଣିପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। କାରବାରରେ ଲାଭ ହେବ।

ଧନୁ - ଧନୁ ରାଶି ବ୍ୟକ୍ତିଙ୍କୁ ଚାକିରୀ ସମ୍ବନ୍ଧୀୟ ଶୁଭ ସମାଚାର ମିଳିପାରେ। ଆୟ ବୃଦ୍ଧି ହେବ। ଫଳରେ ଆର୍ଥିକ ସମସ୍ୟା ଦୂର ହେବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ। ବୈବାହିକ ଜୀବନ ସୁଖମୟ ରହିବ। ଶିକ୍ଷା କ୍ଷେତ୍ର ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ ନୁହେଁ। ଏହି ସମୟରେ ନିବେଶ କଲେ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ - ମୀନ ରାଶି ବ୍ୟକ୍ତିଙ୍କୁ ଶୁଭ ପରିଣାମ ମିଳିବ। ଚାକିରୀରେ ପଦୋନ୍ନତି ଯୋଗ ରହିଛି। ନୂଆ କାମ ଆରମ୍ଭ କରିପାରନ୍ତି। ବ୍ୟବସାୟୀଙ୍କୁ ଲାଭ ହେବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବାକୁ ମଉକା ମିଳିବ। ଧନ ଲାଭ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଶୁଭ ସମୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.