Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବୃହସ୍ପତିଙ୍କ କୃପାରୁ ଆସନ୍ତା ୧୨୮ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଆସିବ ନାହିଁ କୌଣସି ସଂକଟ, ଭାଗ୍ୟର ରହିବ ପୂର୍ଣ୍ଣ ସମର୍ଥନ

6/12/2021 at 8:22 AM

ନୂଆଦିଲ୍ଲୀ ୦୬/୧୨: ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ ଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଧନ, ଦାନ, ଗୁଣ ଏବଂ ଅଭିବୃଦ୍ଧି ଇତ୍ୟାଦିର ଗ୍ରହ ବୋଲି କୁହାଯାଏ। ବୃହସ୍ପତି ୨୭ ନକ୍ଷତ୍ର ମଧ୍ୟରେ ପୁନବୁର୍ସୁ, ବିଶାଖା ଏବଂ ପୂର୍ବା ଭାଦ୍ରପଦ ନକ୍ଷେତ୍ରର ସ୍ୱାମୀ ହୋଇଥାନ୍ତି। ବର୍ତ୍ତମାନ ଦେବଗୁରୁ କୁମ୍ଭ ରାଶିରେ ବସିଛନ୍ତି। ଆଗାମୀ ୧୨୮ ଦିନ ପର୍ଯ୍ୟନ୍ତ ଦେବଗୁରୁ ଏହି ରାଶି ରେ ରହିବେ । ଦେବଗୁରୁ ବୃହସ୍ପତି ଆସନ୍ତା ୧୨୮ ଦିନ ପାଇଁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ବିଶେଷ କୃପା କରିବେ। ଏହି ରାଶିର ଲୋକଙ୍କ ଉପରେ ୧୨୮ ଦିନ ପର୍ଯ୍ୟନ୍ତ କୌଣସି ସଂକଟ ଆସିବ ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ…

ମେଷ ରାଶି :

ଶୁଭ ଫଳାଫଳ ମିଳିବ। ଧନ ଲାଭ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତି ହେବ। ବୈବାହିକ ଜୀବନ ସୁଖମୟ ହେବ। ନୂତନ ଯାନ କିମ୍ବା ଘର କିଣିବାର ଯୋଗ ରହିବ। କାର୍ଯ୍ୟରେ ସଫଳତା ପାଇବେ।

ମିଥୁନ ରାଶି :

ଧନ ଲାଭ ହେବ, ଯେଉଁଥିପାଇଁ ଆର୍ଥିକ ପକ୍ଷ ମଜବୁତ ହେବ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିବ। ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ। ବୈବାହିକ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ। ମାନ-ସମ୍ମାନ, ପଦ-ପ୍ରତିଷ୍ଠା ବୃଦ୍ଧିର ଯୋଗ ରହିବ।

ତୁଳା ରାଶି :

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଫଳପ୍ରଦ ରହିବ। ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟ ଶୁଭ ରହିବ। ବୈବାହିକ ଜୀବନରେ ସୁଖ ଅନୁଭବ କରିବେ। ଧନ ଲାଭ ହେବ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ। ନୂତନ ଚାକିରିର ସୁଯୋଗ ପାଇବେ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ବିଛା ରାଶି :

ଧନ ଲାଭ ହେବ ଯାହାଦ୍ୱାରା ଆର୍ଥିକ ପକ୍ଷ ମଜବୁତ ହେବ। ମାନ-ସମ୍ମାନ, ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରି ଏବଂ ବ୍ୟବସାୟରେ ଲାଭର ଯୋଗ ରହିବ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକମାନେ ଶୁଭ ଫଳାଫଳ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ।

ସିଂହ ରାଶି :

ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ନୂତନ ଯାନ କିଣିବାର ଯୋଗ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟ ଏବଂ ମିତ୍ରଙ୍କ ସହଯୋଗ ମିଳିବ। ଏହି ସମୟ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ।

   Related Posts