ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତିରେ ହୋଇପାରେ କ୍ଷତି

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୦୭ : ଦେବଗୁରୁ ବୃହସ୍ପତି ବର୍ତ୍ତମାନ କୁମ୍ଭ ରାଶିରେ ବକ୍ର ଗତି କରୁଛନ୍ତି । ବୃହସ୍ପତି କୁମ୍ଭ ରାଶିରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବକ୍ର ଗତି କରିବେ। ଏହା ପରେ ବୃହସ୍ପତି ମକର ରାଶିରେ ପ୍ରବେଶ କରିବେ । ଦେବଗୁରୁ ବୃହସ୍ପତିଙ୍କ ବକ୍ର ଗତି କିଛି ରାଶି ପାଇଁ ଶୁଭ ହେବ ନାହିଁ। ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ସତର୍କ ରହିବାକୁ ହେବ । ଆସନ୍ତୁ ଜାଣିବା ବୃହସ୍ପତିଙ୍କ ବକ୍ର ଗତି ଯୋଗୁଁ କେଉଁ ରାଶିର ବ୍ୟକ୍ତିମାନଙ୍କୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ ।

ମେଷ ରାଶି :

କାର୍ଯ୍ୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବେ । ଧନ-ହାନି ହୋଇପାରେ । ଏହି ସମୟରେ ଭାବି ଚିନ୍ତି ଧନ ଖର୍ଚ୍ଚ କରିବେ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ । ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରନ୍ତୁ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତି ମାନଙ୍କୁ ଏହି ସମୟରେ ସମସ୍ୟାର ସମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାଲଭାବରେ ଭାବି ଚିନ୍ତି କରିବେ । ଧନ ଲାଭ ହୋଇପାରେ କିନ୍ତୁ ଧନର ଅଧିକ ଖର୍ଚ୍ଚ କରିବେ ନାହିଁ ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ କାହା ଉପରେ ଭରସା କରିବା କ୍ଷତି ହୋଇପାରେ । କାରବାର କରନ୍ତୁ ନାହିଁ । ଦାମ୍ପତ୍ତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇପାରେ । ଜୀବନ ସାଥି ସହିତ ସମୟ ଅତିବାହିତ କରନ୍ତୁ ।

ତୁଳା ରାଶି :

ତୁଳା ରାଶିର ବ୍ୟକ୍ତିଙ୍କର ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ । ଜୀବନସାଥି ସହିତ ଅସନ୍ତୋଷ ଦେଖା ଦେଇପାରେ । କରବାର କରନ୍ତୁ ନାହିଁ । ଏହି ସମୟ ବିନିଯୋଗ ପାଇଁ ଶୁଭ ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।

ମକର ରାଶି :

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସମସ୍ୟାର ସମ୍ନା କରିବାକୁ ପଡିପାରେ । ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.