ଆଜି ଆକାଶରେ ଦେଖାଦେବ ଶନି, ବୃହସ୍ପତି ଓ ଚନ୍ଦ୍ରମାଙ୍କ ମିଳନର ଦୁର୍ଲଭ ଦୃଶ୍ୟ

Published By : Prameya-News7 Bureau | May 12, 2020 IST

ଭୁବନେଶ୍ୱର ୧୨/୦୫ : ମଙ୍ଗଳବାର ଦିନ ଦେଶବାସୀ ଆକାଶରେ ଶନି, ଚନ୍ଦ୍ରମା ଓ ବୃହସ୍ପତିଙ୍କ ଅଲୌକିକ ମିଳନ ଦୁର୍ଲଭ ଦୃଶ୍ୟ ଦେଖିପାରିବେ | ମେ ୧୨ ତାରିଖ ରାତି ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ଖାସ ରାତି | ମେ ୧୨ ତାରିଖ ରାତିରେ ଭାରତୀୟ ସମୟାନୁସାରେ ଦିନ ୩ଟା ୧୦ ମିନିଟରେ ବୃହସ୍ପତି ଏବଂ ଚନ୍ଦ୍ରମା ମଧ୍ୟରେ କୋଣୀୟ ଦୂରତା ମାତ୍ର ୨.୪ ଡିଗ୍ରୀ ରହିବ | ରାତି ପ୍ରାୟ ୧୧ଟା ୪୮ ମିନିଟରେ ଶନି ଓ ଚନ୍ଦ୍ରମା ମଧ୍ୟରେ କୋଣୀୟ ଦୂରତା ମାତ୍ର ୨.୮ ଡିଗ୍ରୀ ରହିବ | ଫଳରେ ଦୁଇ ଗ୍ରହ ମଧ୍ୟରେ ଚନ୍ଦ୍ରମା ଉଦୟ ହେବା ସହ ଶନି, ବୃହସ୍ପତି ଓ ଚନ୍ଦ୍ରମା ତ୍ରିଭୁଜ ଆକାରରେ ଆକାଶରେ ଦେଖାଦେବେ |

ଇଣ୍ଡିଆର ଗାନ୍ଧୀ ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ଅଧିକାରୀ ସୁମିତ ଶ୍ରୀବାସ୍ତବ କହିଛନ୍ତି ଯେ, ଏଠାରେ କହିବା ଆବଶ୍ୟକ ଯେ ମଙ୍ଗଳବାର ରାତି ୧୧ଟା ୪୮ ମିନିଟରେ ଚନ୍ଦ୍ର ଉଦୟ ହେବେ | ସେପଟେ ଶନି ୧୧ଟା ୩୨ ମିନିଟରେ ଏବଂ ବୃହସ୍ପତି ଗ୍ରହ ୧୧ଟା ୧୫ ମିନିଟରେ ଉଦୟ ହେବେ | ସେଥିପାଇଁ ମିଳନର ସଂଯୋଗ କେବଳ ଶନି ଓ ଚନ୍ଦ୍ର ହିଁ ଦେଖାଦେବେ | ହେଲେବି ଏହି ମିଳନର ସୌନ୍ଦର୍ଯ୍ୟ କମିଯିବ ନାହିଁ | ସେ କହିଛନ୍ତି କିଛି ଲୋକ ମେ ୧୨ ତାରିଖ ଦିନ ଚନ୍ଦ୍ରମା,, ଶନି, ବୃହସ୍ପତି ଗ୍ରହର ଏହି ତ୍ରିଭୁଜାକାର ଆକୃତିକୁ ମଧ୍ୟ ଦେଖିବାକୁ ପସନ୍ଦ କରିବେ | କାରଣ ମେ ୧୨ ତାରିଖକୁ ଚନ୍ଦ୍ର ୨୦ ଦିନର ହୋଇସାରିଥିବ ଏବଂ ଏହା ୬୬.୯ ପ୍ରତିଶତ ସୂର୍ଯ୍ୟଙ୍କ ପ୍ରକାଶରେ ପ୍ରକାଶିତ ହେବ |

ଅଧିକାରୀ ସୁମିତ ଶ୍ରୀବାସ୍ତବ କହିଛନ୍ତି ଯେ, ଏବେଯାଏଁ ବୃହସ୍ପତି ଗ୍ରହ ପୂର୍ବଗାମୀ ଥିଲେ | ମେ ୧୪ ତାରିଖରୁ ବୃହସ୍ପତି ଗ୍ରହ ପଶ୍ଚିମଗାମୀ ଗତି ଆରମ୍ଭ କରିବେ | ବୃହସ୍ପତିଙ୍କ ଏହି ପଶ୍ଚିମଗାମୀ ଗତିକୁ ରେଟ୍ରୋଗ୍ରେଡ଼ ବୋଲି କୁହାଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.