Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସେପ୍ଟେମ୍ବର ୧୩ରେ ଧନୁ ରାଶିରେ ଗତି କରିବେ ବୃହସ୍ପତି : ଏହି ରାଶିର ବ୍ୟକ୍ତିମାନେ ପାଇବେ ଭଲ ଖବର

11/09/2020 at 11:42 AM

ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ୧୩ତାରିଖରୁ ନିଜ ଗତି ପରିବର୍ତ୍ତନ କରୁଛନ୍ତି। ବୃହସ୍ପତି ସେପ୍ଟେମ୍ବର ୧୩ତାରିଖରୁ ଧନୁ ରାଶିରେ ମାର୍ଗୀ ହେଉଛନ୍ତି। ଏହା ପୂର୍ବରୁ ବୃହସ୍ପତି ଓଲଟା ଗତି ଚାଲିଥିଲେ। ଦେବଗୁରୁ ବୃହସ୍ପତିଙ୍କ ଧନୁ ରାଶିରେ ମାର୍ଗି ହେବା ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ କିନ୍ତୁ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଖରାପ ପରିଣାମ ମଧ୍ୟ ରହିଛି। ବୃଷ,କର୍କଟ,କନ୍ୟା,ଧନୁ,ମକର,କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତିର ଲୋକଙ୍କୁ ଏହାର ଭଲ ପରିଣାମ ମିଳିବ ନାହିଁ। ଏହା ବ୍ୟତୀତ ମେଷ,ସିଂହ ଏବଂ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ରହିଛି।

ବୃହସ୍ପତି ମାର୍ଗୀ ହେବା ଦ୍ବାରା ବୃଷ,କର୍କଟ,କନ୍ୟା,ତୁଳା,ଧନୁ,ମକର,କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଅଳ୍ପ ଉତ୍ଥାନ ପତନର ସମୟ ରହିବ। ଖାସ୍ କରି ଧନ ମାମଲାରେ ସମସ୍ୟା ହୋଇପାରେ। ଏଥିପାଇଁ ଏହି ରାଶିର ବ୍ୟକ୍ତି ଯେକୌଣସି ପ୍ରକାରର ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଧନୁ ରାଶିରେ ବୃହସ୍ପତି ମାର୍ଗୀ ହେବା ଦ୍ବାରା ମେଷ,ମିଥୁନ,ସିଂହ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଧନ ସହ ଜଡ଼ିତ ମାମଲାରେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କ ପାଇଁ ଭଲ ସମୟ ନେଇ ଆସିଛି। ଆପଣଙ୍କୁ ଚାକିରୀରେ ପ୍ରମୋସନର ଯୋଗ ରହିଛି। ଆପଣ ଯାହାଠୁ ଟଙ୍କା ଧାର ଆଣିଥିବେ ତାଙ୍କ ଟଙ୍କା ଦେଇଦେବେ।

ନିଜ ଜାତକରେ ଗୁରୁଙ୍କୁ ମଜବୁତ କରିବା ପାଇଁ ବୃହସ୍ପତିବାର ଦିନ ହଳଦିଆ ଫୁଲରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଏବଂ କେଶରର ତିଳକ ଲଗାଇବା ଦ୍ବାରା ସବୁ କିଛି ଭଲ ହୋଇଥାଏ। ବାଦାମ କିମ୍ବା ନଡ଼ିଆ ହଳଦିଆ କନାରେ ବାନ୍ଧି ନଦୀରେ ଭସାଇ ଦିଅନ୍ତୁ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ ଏବଂ ଶିକ୍ଷକ,ବ୍ରାହ୍ମଣ,ସାଧୁ,ବିଦ୍ବାନ,ସ୍ବାମୀ,ସନ୍ତାନଙ୍କ ମନ ଦୁଃଖ କରନ୍ତୁ ନାହିଁ।

   Related Posts