Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

କାଲିଠାରୁ ଶୁଭ ଯୋଗରେ ବୃହସ୍ପତି, ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ଅନେକ ପରିବର୍ତ୍ତନ

11/12/2019 at 7:48 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲିଠାରୁ ବୃହସ୍ପତି ଶୁଭ ଯୋଗରେ ରହିବେ । ଯାହା ଫଳରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହୋଇପାରେ । ଏହି ବ୍ୟକ୍ତିମାନଙ୍କ ଦୈନନ୍ଦିନ ଜୀବନ ସୁଖମୟ ହେବ । ଏହାସହ ଏମାନଙ୍କ ଜୀବନରେ କୌଣସି ଚିନ୍ତା ରହିବନାହିଁ ।

ତୁଳା, ଧନୁ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲିଠାରୁ ଶୁଭ ଯୋଗରେ ରହିବେ ବୃହସ୍ପତି । ଫଳରେ ତୁଳା ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ । ଏହି ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହେବ । ଏହି ରାଶିର ବ୍ୟକ୍ତିମାନେ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି । ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଧନ, ସମ୍ପତ୍ତିରେ ବୃଦ୍ଧି ହୋଇପାରେ । ଏହି ବ୍ୟକ୍ତିମାନେ ଆର୍ଥିକ କ୍ଷେତ୍ରରେ ମଜବୁତ ହୋଇପାରନ୍ତି । ଏମାନଙ୍କ ଜୀବନରେ ଦାରିଦ୍ର୍ୟ ଦୂର ହେବ । ଏମାନଙ୍କ ଦୈନନ୍ଦିନ ଜୀବନରେ ଭଗବାନ ବିଷ୍ଣୁଙ୍କର କୃପା ରହିବ ।

ମକର, କର୍କଟ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଶୁଭ ଯୋଗରେ ରହିବା ଯୋଗଁ ମକର ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଏହି ବ୍ୟକ୍ତିଙ୍କ ଜୀବନରେ ଭଲ ସମୟ ଆସିପାରେ । ଜୀବନର ସମସ୍ତ କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିପାରେ । ଭାଗ୍ୟ ଏମାନଙ୍କ ସାଥ୍ ଦେବ । ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଫଳ ମିଳିପାରେ । କ୍ୟାରିୟର କ୍ଷେତ୍ରରେ ଏମାନଙ୍କୁ ବଡ ସଫଳତା ମିଳିପାରେ । ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ । ଜୀବନସାଥୀଙ୍କ ସହଯୋଗ ଏହି ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ କରିପାରେ । ଏମାନଙ୍କ ଜୀବନରେ ସର୍ବଦା ଭଗବାନ ବିଷ୍ଣଙ୍କର କୃପା ରହିବ ।

ମିଥୁନ, ମୀନ ରାଶି :

କାଲିଠାରୁ ବୃହସ୍ପତି ଶୁଭ ଯୋଗରେ ରହିବେ । ଫଳରେ ମିଥୁନ ଏବଂ ମୀନ ରାଶିର ବ୍ୟକ୍ତିଙ୍କୁ ଫାଇଦା ହିଁ ଫାଇଦା ମିଳିବ । ଅଚାନକ ଏମାନଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ । ଏହି ବ୍ୟକ୍ତିଙ୍କ ଜୀବନରୁ ସମସ୍ତ ଚିନ୍ତା ଦୂର ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରେମ ମିଳିବାର ସମ୍ଭାବନା ରହିଛି । ଚାକିରୀ ଅନ୍ବେଷଣରେ ଥିଲେ ତାହା ଦୂର ହୋଇପାରେ । ଏମାନଙ୍କ ଆର୍ଥିକ ସମସ୍ୟା ସମାପ୍ତ ହୋଇପାରେ । ଏହି ରାଶିର ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସଫଳତା ମିଳିବ ।

   Related Posts