ମକର ରାଶିରେ ବୃହସ୍ପତି ଓ ଶନିଙ୍କ ମହାଯୁତି, ଜାଣନ୍ତୁ ଦେଶ ଦୁନିଆ ଉପରେ ପଡିବ କିପରି ପ୍ରଭାବ

Published By : Prameya-News7 Bureau | December 08, 2020 IST

ଜ୍ୟାତିଷ ଶାସ୍ତ୍ରରେ ବୃହସ୍ପତି ଓ ଶନି ଦୁଇ ଶକ୍ତିଶାଳୀ ଗ୍ରହ। କେବଳ ଲୋକଙ୍କ ବ୍ୟକ୍ତିଗତ ଜୀବନ ନୁହେଁ ଉଭୟ ଗ୍ରହ ଦେଶଦୁନିଆ ଲାଗି ମଧ୍ୟ ନିର୍ଣ୍ଣାୟକ ହୁଅନ୍ତି। ମହାକାଶରେ ପ୍ରତି ୨୦ବର୍ଷରେ ଏହି ଦୁଇ ମହାଗ୍ରହଙ୍କ ଯୁତି ହୁଏ ଯାହା ୬୦ ବର୍ଷରେ ପୁଣି ସମାନ ଡିଗ୍ରିରେ ହୋଇଥାଏ ଏବେ ଅନ୍ତରୀକ୍ଷରେ ପୁଣି ଥରେ ବୃହସ୍ପତି ଓ ଶନି ମହାଗ୍ରହ ଯୁତି କରିଛନ୍ତି। ଯାହା ସାନ୍ଧ୍ୟ ଆକାଶରେ ଖାଲିଆଖିରେ ବି ଦେଖି ହେଉଛି। ଏଥର ମକର ରାଶିରେ ଉଭୟ ଗ୍ରହ ଯୁତି କରିଥିବା ବେଳେ ଆସନ୍ତୁ ଜାଣିବା କିପରି ରହିବ ଦେଶଦୁନିଆର ହାଲ।

{"id":374601,"width":579,"height":385,"sizeSlug":"large"}

ଏହି ଦୁଇ ମହାଗ୍ରହଙ୍କ ଯୁତି ଯାହା ଦେଶଦୁନିଆରେ ଅସମ୍ଭବ ପରିବର୍ତ୍ତନର କାରଣ ହୁଏ। ଗ୍ରହ  ଗବେଷଣା କରୁଥିବା ଜଣାଶୁଣା ଆଷ୍ଟ୍ରୋ ତଥା ବାସ୍ତୁବିଦ୍‌ ଆଶିଷ ମହେଟ୍ଟା ଏହି ଦୁଇ ମହାଗ୍ରହଙ୍କୁ ‘ରୁଲର୍ସ ଅଫ ଏଜ୍’ ବୋଲି କହିଛନ୍ତି। ଏହି ଗ୍ରହ ଦ୍ୱୟଙ୍କ ୨୦ ବର୍ଷର ଚକ୍ରକୁ ମାନବ ବିକାଶର ମୂଳ ଆଧାର ବୋଲି କୁହନ୍ତି ମେହେଟ୍ଟା। ସେମାନଙ୍କର ଏହି ଚକ୍ରରୁ ଆମେ ଆଗାମୀ ୨୦୦ ବର୍ଷର ପୂର୍ବାନୁମାନ କରିପାରିବା ବୋଲି ସେ କୁହନ୍ତି।

{"id":374602,"sizeSlug":"large"}

ତାଙ୍କ ଅନୁସାରେ ପ୍ରତ୍ୟେକ ରାଶିଙ୍କ ଚିହ୍ନ ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଠ ଉପାଦାନକୁ ପ୍ରତିପାଦିତ କରିଥାନ୍ତି। ଯେପରି ମିଥୁନ, ତୁଳା ଓ କୁମ୍ଭ ରାଶି ବାୟୁ ତତ୍ୱର ରାଶି ବୋଲି ବୁଝାଯାଆନ୍ତି ସେହିପରି ମେଷ, ସିଂହ ଓ ଧନୁ ରାଶି ଅଗ୍ନି ତତ୍ୱର ପ୍ରତିନିଧିତ୍ୱ କରନ୍ତି। ବୃଷ, କନ୍ୟା ଓ ମକର ରାଶି ପୃଥିବୀ ତତ୍ୱକୁ ପ୍ରତିନିଧିତ୍ୱ କରୁଥିବା ବେଳେ କର୍କଟ, ବିଛା ଓ ମିନ ରାଶି ଜଳତତ୍ୱକୁ ପ୍ରଦର୍ଶିତ କରନ୍ତି। ଯଦି ବୃଷ ଓ ଶନି ଗୋଟିଏ ତତ୍ୱର ରାଶିରେ ୩ ଥର ପ୍ରତି ୨୦ ବର୍ଷରେ ଥରେ ଯୁତି କରନ୍ତି ଏଥିରୁ ଆମେ ୨୦୦ ବର୍ଷର ପୂର୍ବାନୁମାନ କରିପାରିବା।

{"id":374603,"width":577,"height":380,"sizeSlug":"large"}

୨୦୦ ବର୍ଷ ପୂର୍ବେ ୨୫ ଜୁନ ୧୮୨୧ରେ ଅଗ୍ନି ତତ୍ୱ ରାଶିରେ ବୃହସ୍ପତି ଓ ଶନିଙ୍କ ଯୁତି ହୋଇଥିଲା। ସେତେବେଳେ ବୃହସ୍ପତି ଓ ଶନି ସମାନ ଡିଗ୍ରିରେ ମେଷ ରାଶିରେ ଯୁତି କରିଥିଲେ। ଏହାର ଠିକ ୨୦ ବର୍ଷ ପରେ ୨୫ ଜାନୁୟାରୀ ୧୮୪୨ରେ ଉଭୟ ଗ୍ରହ ପୁଣି ଥରେ ଅଗ୍ନି ତତ୍ୱର ଧନୁରାଶିରେ ଯୁତି କରିଥିଲେ। ସେହିପରି ସେମାନଙ୍କର ତୃତୀୟ ଯୁତି ସିଂହରାଶିରେ ୨୫ ଅକ୍ଟୋବର ୧୮୬୧ରେ ହୋଇଥିଲା। ଫଳରେ ସେମାନଙ୍କ ୨୦୦ ବର୍ଷ ଚକ୍ର ଆରମ୍ଭ ହୋଇଥିଲା।

{"id":374604,"width":575,"height":314,"sizeSlug":"large"}

ଅଗ୍ନି ତତ୍ୱରେ ୩ ଥର ଉଭୟ ଗ୍ରହଙ୍କ ଯୁତି ଦେଶ  ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ମେଷ, ସିଂହ ଓ ଧନୁ ରାଶିରେ ଦୁଇ ମହାଗ୍ରହଙ୍କ ଯୁତି ସମୟରେ ବିଶ୍ୱରେ ବିଦ୍ୟୁତର ଆବିଷ୍କାର ସାଙ୍ଗକୁ ବାସ୍ପଚାଳିତ ଇଞ୍ଜିନ ଓ ଶିଳ୍ପାୟନର ଅୟମାରମ୍ଭ ହୋଇଥିଲା। ସମାନ ଅବଧିରେ ତୈଳ ଓ ପ୍ରାକୃତିକ ଗ୍ୟାସର ମଧ୍ୟ ଉଦଭାବନ ହୋଇଥିଲା ଯାହା ଉନ୍ଧନ ବିକଳ୍ପ ଭାବେ ବ୍ୟବହୃତ ହୋଇଥିଲା। ଅଗ୍ନି ତତ୍ୱରେ ଦୁଇ ମହାଗ୍ରହଙ୍କ ବର୍ଷ ୨୧ ଡିସେମ୍ବର ୨୦୨୦ ମସିହାରେ ଶେଷ ହେବାକୁ ଯାଉଥିବା ବେଳେ ମକର ରାଶି ପୃଥିବୀ ତତ୍ୱରେ ନୂଆ ୨୦୦ ବର୍ଷ ଚକ୍ର ଆରମ୍ଭ କରିବାକୁ ଯାଉଛନ୍ତି।

{"id":374605,"width":574,"height":406,"sizeSlug":"large"}

ତେବେ ଧନୁରାଶିରେ ହୋଇଥିବା ଶେଷ ଯୁତି କାଳକୁ ଦେଖିଲେ ଆମାଜନ, ଅଷ୍ଟ୍ରେଲିଆ ଓ ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ, ବିଶ୍ୱରେ ଆତଙ୍କବାଦର ପ୍ରସାର ଆଦି ଆମେ ସ୍ପଷ୍ଟ ମନେ ପକାଇପାରିବା। ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣ ବି ଏହି ସମୟରେ ହୋଇଛି। ଯୁତି ସରିବା ପୂର୍ବରୁ ୨୬ ଡିସେମ୍ବର ୨୦୧୯ରେ ୬ଟି ଗ୍ରହ ଧନୁରାଶିରେ ଯୁତି ହୋଇଥିଲେ। ଫଳରେ ସାରା ବିଶ୍ୱକୁ କୋଭିଡ-୧୯ ନାମରେ ମହାମାରି ଗ୍ରାସିଯାଇଥିଲା। ମେଡିକାଲ ସାଇନ୍ସ ଅନୁସାରେ କରୋନା ଭାଇରସ ଆମ ଫୁସଫୁସ୍‌ରେ ପହଞ୍ଚିବା ପରେ ଜୀବନ ଲାଗି ଘାତକ ସାବ୍ୟସ୍ତ ହେଉଛି। ମଣିଷ ଶରୀରରେ ୭ଟି ଚକ୍ର ରହିଛି। ଏଥିରେ ସୋଲାର ଫ୍ଲେକ୍ସ ଫୁସଫୁସ୍‌ ନିକଟରେ ଅବସ୍ଥିତି ତୃତୀୟ ଚକ୍ର ଅଗ୍ନି ତତ୍ୱର ପ୍ରତିନିଧିତ୍ୱ କରେ। ଏଣୁ ଏହାକୁ ଏକ ସଂକେତ ମାତ୍ର କୁହାଯାଇ ନପାରେ ବୋଲି ଜ୍ୟୋତିଷବିଦ ମେହେଟ୍ଟା କହିଛନ୍ତି। ଏବେ ବୃହସ୍ପତି ଓ ଶନିଙ୍କ ଅଗ୍ନି ତତ୍ୱ ବର୍ଷ ଶେଷ ହେବା ସହ ପୃଥିବୀ ତତ୍ୱ ବର୍ଷ ଆରମ୍ଭ ହେଉଥିବାରୁ ଏବେ ସେହି ଅନୁରୂପ ଫଳାଫଳ ମଧ୍ୟ ଆସିବାରେ ଲାଗିବ।

{"id":374606,"sizeSlug":"large"}

ପୃଥିବୀ ତତ୍ୱ ମକର ରାଶିରେ ହେଉଥିବା ଦୁଇ ଗ୍ରହଙ୍କ  ପରବର୍ତ୍ତି ଯୁତି  ୫ ନଭେମ୍ବର ୨୦୪୦ରେ କନ୍ୟା ରାଶିରେ ଓ ତୃତୀୟ ଯୁତି ବୃଷ ରାଶିରେ ୧୦ ଏପ୍ରିଲ ୨୦୬୦ରେ ହେବ। ଯାହା ୨୦୦ ବର୍ଷ ଚକ୍ରର ସୂଚନା ଦେଉଛି। ଯେଉଁଥିରେ ଆମର ଅର୍ଥନୀତି ଓ ସମ୍ପର୍କ କିପରି ରହିବ ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ। ବିଶ୍ୱାସ କରାଯାଏ କିଛି ବଡ଼ ଘଟଣା ପୂର୍ବରୁ ବିଶ୍ୱ ବ୍ରହ୍ମାଣ୍ଡ ଆମକୁ ଆଗୁଆ ସତର୍କ କରେ। କୋଭିଡ଼-୧୯ ଓ ଏଥିଲାଗି ଲକଡାଉନ୍‌ ଏହାର ଏକ ପ୍ରମାଣ ବୋଲି ଏବେ ବୁଝାଯାଇପାରେ।

{"id":374607,"sizeSlug":"large"}

ବିଶ୍ୱରେ ପୃଥିବୀ ତତ୍ୱର ବିସ୍ତାରହିଁ ଲୋକଙ୍କୁ ସେମାନଙ୍କ ଘରେ ବନ୍ଦ କରିଦେଇଥିଲା। ଲୋକେ ପରସ୍ପରଠାରୁ ଦୂରରେ ରହିବା ସହ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବାକୁ ଲାଗିଥିଲେ। ଲୋକେ ଘରୁ ବାହାରକୁ ଯାଆସ ନ କରିବା ଯୋଗୁ ଘରେ ରହି କାମ ମଧ୍ୟ କରୁଥିଲେ। ଏ ସବୁ ଆମ ଜୀବନରେ ଆସୁଥିବା ବିଶାଳ ପରିବର୍ତ୍ତନର ଏକ ସାମାନ୍ୟ ସଂକେତ ଥିଲା ବୋଲି କୁହାଯାଇପାରେ ।

{"id":374608,"width":580,"height":297,"sizeSlug":"large"}

କୋଭିଡରେ ସାରା ବିଶ୍ୱର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଦେଶମାନଙ୍କର ଜିଡିପି ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ସେୟାର ବଜାର ମଧ୍ୟ ହ୍ରାସ ହେବାରେ ଲାଗିଥିଲା। ସାରା ଦେଶଦୁନିଆ ଘରେ ବନ୍ଦ ହୋଇ ରହିଥିଲା। ହେଲେ ଏହି ସମୟରେ ସାରା ବିଶ୍ୱରେ କୃଷି ଅଭିବୃଦ୍ଧି ହାର କିନ୍ତୁ ଉତ୍ସାହଜନକ ଥିଲା। ଏହା କିପରି ସମ୍ଭବ ହେଲା। ପୃଥିବୀ ତତ୍ୱର ସବୁଠୁ ବଡ ଗୁଣ ହେଲା ପୃଥିବୀ ଆମର ପୋଷଣ କରେ। ଏଥିରୁ ବିଶ୍ୱ ବ୍ରହ୍ମାଣ୍ଡ ଉପରେ ପୃଥିବୀ ତତ୍ୱର ବିସ୍ତାର କିପରି ହେଉଛି ତାହା ସହଜରେ ଅନୁମାନ କରାଯାଇପାରେ।

{"id":374609,"sizeSlug":"large"}

ପୃଥିବୀ ତତ୍ୱର ଆଉ ଏକ ଗୁଣ ହେଉଛି ନିଜ ସମ୍ପତ୍ତିର ସୁରକ୍ଷା। ଏଣୁ ଏପର୍ଯ୍ୟନ୍ତ ଚାଲିଥିବା ଜଗତିକରଣ ପ୍ରଭାବିତ ହେବା ନିଶ୍ଚିତ। ଯାହାର ପ୍ରମାଣ ହେଉଛି ଇୟୁରୋ ଜୋନରୁ ବ୍ରିଟେନ ବାହାରିବା, ଆତ୍ମ ନିର୍ଭର ଭାରତ ଓ ୟୁଏସ୍ ଫାଷ୍ଟ ଆଦି ନୀତି। ଯାହାର ଅର୍ଥ ହେଉଛି ଦେଶର ସମ୍ପତ୍ତି ଦେଶରେ ରଖିବା। ଏବେ ଧିରେ ଧିରେ ବିଶ୍ୱରେ ଏହି ନୀତି ଅନୁସୃତ ହେବାରେ ଲାଗିବ। ମକର ରାଶି କୃଷିକାରକ ହୋଇଥିବା ବେଳେ କନ୍ୟା ରାଶି ପ୍ରତିଦ୍ୱନ୍ଦ୍ୱୀତାର ସୂଚନା ଦିଏ। ସେହିପରି ବୃଷ ରାଶି ସ୍ଥିରତା ଓ ସୁରକ୍ଷାକୁ ସୂଚିତ କରେ। ଏଣୁ ଲୋକଙ୍କ ନୀତି ମଧ୍ୟ ସେହି ଅନୁସାରେ ବଦଳିବା ସହ ଅର୍ଥନୀତି ଓ ବୃ୍ତ୍ତି ମଧ୍ୟ ବଦଳିବାରେ ଲାଗିବ।

{"id":374613,"width":576,"height":326,"sizeSlug":"large"}

ପୃଥିବୀ ତତ୍ୱ ପ୍ରଭାବରେ ଫଲ୍ଟ ଲାଇନଗୁଡିକ ଅଧିକ ସକ୍ରିୟ ହେବେ। ଏଣୁ ଜାପାନ ଓ ଦକ୍ଷିଣ କାଲିଫର୍ଣ୍ଣିଆ ଅଧିକ ପ୍ରଭାବିତ ହେବେ। ଏହି ତତ୍ୱର ପ୍ରସାର ଲୋକଙ୍କ ମଧ୍ୟରେ ସୁନା ପ୍ରତି ଆଗ୍ରହ ବୃଦ୍ଧିର କାରଣ ହେବ। ଏଣୁ ଆଗାମୀ ଦିନରେ ଅନେକ ଦେଶର ଅର୍ଥନୀତି ସୁନା ଆଧାରିତ ହେବା ସହ ଆଗାମୀ ଡିଜିଟାଲ ମୁଦ୍ରା ମଧ୍ୟ ସ୍ୱର୍ଣ୍ଣ ସହିତ ଜଡିତ ହେବ ବୋଲି ଅନୁମାନ କରାଯାଏ। ଏବେ ପର୍ଯ୍ୟନ୍ତ ତୈଳ ଓ ଗ୍ୟାସ୍‌କୁ କଳାସୁନା ବୋଲି କୁହାଯାଉଛି ହେଲେ ଆଗକୁ ହୁଏତ ଏହା ଅଦରକାରୀ ହୋଇଯାଇପାରେ। ହୁଏତ ପୃଥିବୀରେ ବିକଳ୍ପ ଇନ୍ଧନର ସନ୍ଧାନ ମିଳିଯାଇପାରେ ଓ ପ୍ରଚଳିତ ତୈଳ ଓ ଗ୍ୟାସ୍ ର ଚାହିଦା ରହି ନ ପାରେ। ପୃଥିବୀ ତତ୍ୱର ବିକାଶ ଲଗାତାର ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ହ୍ରାସ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.