Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବୃହଷ୍ପତ୍ତି ଓ ଶନିଙ୍କ ଦୁର୍ଲଭ ସଂଯୋଗ, ୨୧ ଡିସେମ୍ବର ଆକାଶରେ ଦେଖାଯିବ ମହାମିଳନର ନୈଶର୍ଗିକ ଦୃଶ୍ୟ

6/12/2020 at 5:20 PM

କୋଲକାତା ୬।୧୨: ବୃହସ୍ପତି ଓ ଶନି ଅତ୍ୟନ୍ତ ନିକଟତର ହେବା ଓ ଆକାଶରେ ତାରା ଭଳି ଦେଦିପ୍ୟମାନ ଦେଖାଯିବାର ବିରଳ ଦୃଶ୍ୟ ଆକାଶରେ ଡିସେମ୍ବର ୨୧ ତାରିଖରେ ଦେଖାଯିବ। ଦୀର୍ଘ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ପରସ୍ପରର ଏତେ ନିକଟତର ହେଉଥିବା ଏମ.ପି. ବିରଳା ତାରାମଣ୍ଡଳର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁଆରୀ ରବିବାର କହିଛନ୍ତି।

୧୬୨୩ ମସିହା ପରେ ଉଭୟ ଗ୍ରହ ମହାକାଶରେ କେବେ ଏତେ ନିକଟତର ହୋଇନାହାନ୍ତି। ତେବେ ଦୁଇ ମହାକାଶୀୟ ପିଣ୍ଡ ପୃଥିବୀରୁ ଯେତେବେଳେ ପରସ୍ପରର ଏତେ ନିକଟତର ଦେଖାଯାଆନ୍ତି ଏହାକୁ ‘କଞ୍ଜକ୍ସନ’ କୁହାଯାଏ। ଏଥିରେ ଶନି ଓ ବୃହସ୍ପତିଙ୍କ ଏତେ ନିକଟତର ହେବା ‘ଦି ଗ୍ରେଟ କଞ୍ଜକ୍ସନ’ ବୋଲି କହିଛନ୍ତି ଦୁଆରୀ। ଏହା ପରେ ଏହି ଦୁଇ ଗ୍ରହ ୧୫ ମାର୍ଚ୍ଚ ୨୦୮୦ ମସିହାରେ ପୁଣି ପରସ୍ପରର ଏତେ ନିକଟତର ହେବେ।

ଦୁଆରୀଙ୍କ ଅନୁସାରେ ଡିସେମ୍ବର ୨୧ ତାରିଖ ଦିନ ଏହି ଦୁଇ ମହାଗ୍ରହଙ୍କ ମଧ୍ୟରେ ଦୂରତା ମାତ୍ର ୭୩.୫କୋଟି କିଲୋମିଟରକୁ କମିଆସିବ। ଏବେ ପ୍ରତି ଦିନ ଉଭୟ ଗ୍ରହ ପରସ୍ପରର ନିକଟତର ହେବାରେ ଲାଗିଛନ୍ତି। ଭାରତର ପ୍ରତ୍ୟେକ ସ୍ଥାନରୁ ଏହି ଦୁଇ ଗ୍ରହଙ୍କୁ ସନ୍ଧ୍ୟା ଆକାଶରେ ସୂର୍ଯ୍ୟାସ୍ତ ପରେ ଦେଖାଯାଇପାରିବ ବୋଲି ଦୁଆରୀ କହିଛନ୍ତି।

   Related Posts