ଆନ୍ଦୋଳନକାରୀଙ୍କ ରକ୍ତରେ ହୋଲି ଖେଳୁଛି ଜୁଣ୍ଟା ସରକାର, ମିଆଁମାର ସେନା ଗୁଳିର ଶିକାର ନିହତଙ୍କ ମଧ୍ୟରେ ଅଧିକାଂଶ ଜେନେରେସନ ଜେଡ୍

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ,୧୨/୦୩:   ମିଆଁମାରରେ ମାନବାଧିକାର ହନନ ହେଉଛି । ସେନା ଅନେକ ଆନ୍ଦୋଳନରତ ନୀରିହ ନାଗରିକଙ୍କୁ ଅମାନୁଷିକ ଭାବେ ହତ୍ୟା କରୁଛି । ଏନେଇ ଅନେକ ତଥ୍ୟ ଜାତିସଂଘର ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଏହାସହ ଘଟଣାକୁ ଜାତିସଂଘ ନିନ୍ଦା ମଧ୍ୟ କରିଛି ।

ମିଆଁମାରରେ ଅବସ୍ଥାପିତ ୟୁଏନର ବିଶେଷଜ୍ଞଙ୍କ ଥୋମାସ ଆଣ୍ଡ୍ର୍ୟୁଙ୍କ କହିବାନୁସାରେ, ମିଆଁମାର ସେନାର ନେତୃତ୍ୱ ନେଉଥିବା ଜୁଣ୍ଟା ସରକାର ପ୍ରାୟ ୭୦ ନୀରିହ ନାଗରିକଙ୍କୁ ହତ୍ୟା କରିଛି । ଯାହା ମାନବାଧିକାର ପ୍ରତି ଏହ ବଡ ଅପରାଧ । ଯେଉଁମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୨୫ ବର୍ଷରୁ କମ୍ । ମିଆଁମାରରେ ୨୫ ବର୍ଷରୁ କମ୍ ବୟସର ନାଗିରକଙ୍କୁ ଜେନେରେସନ ଜେଡ୍ ବୋଲି କୁହାଯାଏ  । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷିତ, ଇଞ୍ଜିନିୟର ଓ ଛାତ୍ରଛାତ୍ରୀ ଅଟନ୍ତି । ଗୋଟିଏ ପରିବାରର ବାପା, ପୁଅ, ଝିଅ, ସ୍ତ୍ରୀ ଓ ମାଆଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏପରିକି ମିଆଁମାରରେ ବାକ୍ ସ୍ୱାଧିନତାକୁ ହନନ କରାଯାଇଛି ।

ଆହୁରି ମଧ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ମିଆଁମାରର ଶାସନ ଏବେ ଅପରାଧୀଙ୍କ ହାତରେ ରହିଛି । ଜାତିଆଣ ଭିତ୍ତିରେ ମଧ୍ୟ ଅନେକ ଅପରାଧ ହେଉଛି । ରୋହିଙ୍ଗ୍ୟାଙ୍କ ଉପରେ ମଧ୍ୟ ଅତ୍ୟାଚାର ସୀମା ଟପିଛି । ତେବେ ସମସ୍ତ ରିପୋର୍ଟକୁ ଗତ ସପ୍ତାହରେ ଜାତିସଂଘକୁ ପ୍ରଦାନ କରାଯାଇଛି । ଏହା ଉପରେ ତର୍ଜମା କରାଯିବ । ଏହା ପରେ ହିଁ ଆଗାମୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୧ ମାସ ଧରି ମିଆଁମାରରେ ହିଂସା ଲାଗି ରହିଛି । ସେନା ଜବରଦସ୍ତି ଦେଶର ଶାସନ ଭାର ନେଇଛି । ଏହାସହ ଦେଶରେ ଗୋଟିଏ ବର୍ଷ ପାଇଁ ଜରୁରୀକାଳିନ ସ୍ଥିତି ଲାଗୁ କରିବା ସହ ଡେମୋକ୍ରାଟିକ୍ ନେତା ଆୟୁଙ୍ଗ ସାଲ ସୁକିଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.