Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଅଭିନେତ୍ରୀ ଏଲେନ୍ ପେଜ୍‌ ମାନିଲେ ଓ ଘୋଷଣା କଲେ ,‘ମୁଁ ତୃତୀୟ ଲିଙ୍ଗୀ’ : ନାଁ ବଦଳାଇ ରଖିଲେ ଇଲିୟଟ୍ ପେଜ୍

2/12/2020 at 12:31 PM

ନୂଆଦିଲ୍ଲୀ ୨/୧୨: ‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍‌ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟରେ ନିଜକୁ ଇଲିୟଟ ପେଜ୍‌ ଭାବେ କହିଛନ୍ତି। ପେଜ୍ ୨୦୦୭ମସିହାରେ ଆସିଥିବା ଜେସନ୍ ରିଟମ୍ୟାନଙ୍କ ଫିଲ୍ମ ‘ଜୁନୋ’ରେ ଜଣେ ଗର୍ଭବତୀ କିଶୋରୀଙ୍କ ଭୂମିକାରେ ଅଭିନୟ କରିଥିଲେ,ଯେଉଁଥିପାଇଁ ତାଙ୍କ ନାଁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା।

 ପେଜ୍‌ ଅଧିକାଂଶ ସମୟରେ (LGBTQ- lesbian, gay, bisexual, and transgender) ପାତ୍ରଗୁଡ଼ିକର ଜୀବନକୁ ପର୍ଦ୍ଦାରେ ଆଣିବାକୁ କାମ କରିଛନ୍ତି। ଏଥିରେ ୨୦୧୫ମସିହାର ଫିଲ୍ମ ଫ୍ରିହେଲ୍ଡ ମଧ୍ୟ ସାମିଲ ରହିଛି। ଇଲିୟଟ୍ ପେଜ୍ ପୂର୍ବେ ଏଲେନ୍ ପେଜ୍ ନାମରେ ଜଣା ଯାଉଥିଲେ। ସେ ଏକ ଇନଷ୍ଟା ପୋଷ୍ଟରେ ଲେଖିଥିଲେ ଯେ ,‘ ତାଙ୍କୁ ଲାଗୁଛି ଯେ ସେ ଜଣେ ତୃତୀୟ ଲିଙ୍ଗୀ ଏବଂ ତାଙ୍କୁ ଏହା ଲେଖିବାରେ ବହୁତ ଖୁସି ଲାଗୁଛି। ନୋଭା ସ୍କୋଟିଆର ୩ବର୍ଷୀୟ ଅଭିନେତା ପେଜ୍ କହିଛନ୍ତି ଯେ ତୃତୀୟ ଲିଙ୍ଗୀ ଭାବେ ବାହାରକୁ ଆସିବାର ତାଙ୍କର ନିଷ୍ପତ୍ତିରେ ତାଙ୍କର ପ୍ରଥମ ନାଁ ମଧ୍ୟ ଏକ କାରଣ। ପେଜ୍‌ଙ୍କ ଇନଷ୍ଟା ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

ସେ ପୋଷ୍ଟରେ କହିଛନ୍ତି ଯେ,‘ଏକ ଲମ୍ବା ଯାତ୍ରା ପରେ ଏବଂ LGBTQ ସମୁଦାୟଙ୍କଠୁ ଅତ୍ୟଧିକ ସମର୍ଥନ ପରେ ଏହା ସମ୍ଭବ ହୋଇପାରିଛି। ସେ ତୃତୀୟ ଲିଙ୍ଗ ଗୋଷ୍ଠୀର ଅନେକ ଲୋକଙ୍କଠୁ ଅନୁପ୍ରାଣିତ ହୋଇଛନ୍ତି।

 

 

 

   Related Posts