ଜୁନିଅର ହକି ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା : ବିବେକ ସାଗର ପ୍ରସାଦଙ୍କୁ ଅଧିନାୟକ ଦାୟିତ୍ୱ, ଦଳରେ ୩ ଓଡିଆ

Published By : Prameya-News7 Bureau | November 11, 2021 IST

ଭୁବନେଶ୍ୱର ୧୧।୧୧: ଜୁନିୟର ପୁରୁଷ ହକି ବିଶ୍ବକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ହକି ଇଣ୍ଡିଆ ପକ୍ଷରୁ ୧୮ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟଙ୍କୁ ଭାଇସ କ୍ୟାପଟେନ୍‌ ଦାୟିତ୍ବ ।

ଖବର ଅନୁଯାୟୀ, ଆସନ୍ତା ୨୪ରୁ ଭୁବନେଶ୍ବରରେ ଜୁନିୟର ପୁରୁଷ ହକି ବିଶ୍ବକପ ଆରମ୍ଭ ହେବ । ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ୧୮ଜଣ ଖେଳାଳିଙ୍କ ନାମ ଘୋଷଣା କରାଯାଉଛି । ଏହି ଟିମ୍‌ରେ ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୟଙ୍କୁ ଭାଇସ କ୍ୟାପଟେନ୍‌ ଭାବେ ଦାୟିତ୍ବ ଦିଆଯାଇଛି। । ତେବେ ଏହି ୧୮ଜଣିଆ ଟିମ୍‌ ୩ ଓଡ଼ିଆ ସାମିଲ ହୋଇଛନ୍ତି । ସେମାନଙ୍କ ନାମ ଯଥାକ୍ରମେ ସୁଦିପ ଚିରମାକୋ, ସୁନିଲ ଜୋଜୋ ଓ ଅଭିଷେକ ଲାକ୍ରା । ସେହିପରି ଅନ୍ୟ ୧୫ ଖେଳାଳିମାନେ ହେଲେ- ଶ୍ରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ, ସଞ୍ଜୟ, ରହୁଲ କୁମାର, ମନିନ୍ଦର ସିଂହ, ପୱନ, ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ, ଉତ୍ତମ ସିଂହ, ମଞ୍ଜୀତ, ରବିଚନ୍ଦ୍ର ସିଂହ, ବିବେକ ସାଗର, ଯଶଦୀପ, ଗୁରମୁଖ ସିଂହ, ଅରିଜିତ ସିଂହ ।

ସୂଚନାଯୋଗ୍ୟ ଯେ, ଜୁନିୟର ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍ ଭୁବନେଶ୍ବରରେ ପହଂଚିସାରିଥିବା ବେଳେ, ୧୫ ତାରିଖରୁ ଅନ୍ୟ ଟିମ୍ ଆସି ପହଂଚିବେ । କୋଭିଡ କଟକଣା ଭିତରେ ହେବ ଏହି ଟୁର୍ଣ୍ଣାମେଣ୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ଷ୍ଟାଡିୟମ ମନା । ଖେଳାଳି ଓ କର୍ମଚାରୀଙ୍କର ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.