ଜୁନିୟର ଛାତ୍ରକୁ ପିଟିପିଟି ମାରିଦେଲେ ସିନିୟର ଛାତ୍ର : ସ୍କୁଲ ପରିସରରେ ପୋତିଦେଲେ ମୃତଦେହ

Published By : Prameya-News7 Bureau | March 28, 2019 IST

ଡେରାଡୁନ ୨୮/୩ : ଡେରାଡୁନର ରାଣୀପୋଖରୀ ଥାନା ଅନ୍ତର୍ଗତ ଭୋଗପୁର ସ୍ଥିତ ଏକ ସ୍କୁଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ହତ୍ୟା ମାମଲାର ପର୍ଦାଫାଶ ହୋଇଛି | ପୋଲିସ ସ୍କୁଲର ପ୍ରବନ୍ଧକଙ୍କ ସମେତ ୱାଡେନ, ବ୍ୟାୟାମ ଶିକ୍ଷକ ଏବଂ ୨ଛାତ୍ରଙ୍କୁ ଗିରଫ କରିଛି | ମୃତ ଛାତ୍ରଙ୍କୁ ସିନିୟର ଛାତ୍ରମାନେ କ୍ରିକେଟ ବ୍ୟାଟ ଏବଂ ଉଇକେଟରେ ପିଟିପିଟି ହତ୍ୟା କରିଥିଲେ | ଏକ ଛୋଟ ଭୁଲ ପାଇଁ ଛାତ୍ରମାନଙ୍କ ଆଉଟିଙ୍ଗରେ ପ୍ରତିବନ୍ଧକ ଲଗାଯାଇଥିଲା | ଫଳରେ ସିନିୟର ଛାତ୍ରରେ ଏଥିରେ ରାଗିଯାଇଥିଲେ |


ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖ, ରବିବାର ଦିନ ଭୋଗପୁର ସ୍ଥିତ ଚିଲଡ୍ରେନ ହୋମ ଏକାଡେମୀରେ ସପ୍ତମ ଶ୍ରେଣୀ ଛାତ୍ର ବାସୁ ଯାଦବଙ୍କ ମୃତ୍ୟୁ ହୋଇଥିଲା | ସ୍କୁଲ ପ୍ରବନ୍ଧନ ଛାତ୍ରଙ୍କ ପରିବାରଲୋକଙ୍କୁ କହିଥିଲେ ଯେ, ଫୁଡ ପାଏଜନିଙ୍ଗ ଯୋଗୁଁ ବାସୁଙ୍କ ମୃତ୍ୟୁ ହୋଇଛି | ଶିଶୁ ସଂରକ୍ଷଣ ଆୟୋଗ ଏହି ମାମଲାରେ ଦଖଲ ଦେବାପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା | ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ବାସୁଙ୍କ ମୃତ୍ୟୁ ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଥିଲା | ଏହାପରେ ଘଟଣାରେ ଏକ ନୂଆ ମୋଡ଼ ଆସିଥିଲା | ପୋଲିସ ଯାଞ୍ଚ ପ୍ରକ୍ରିୟା ଦୃଢ କରିଥିଲା | ମଙ୍ଗଳବାର ଦିନ ପୋଲିସ ବାସୁଙ୍କ ମୃତ୍ୟୁର ପର୍ଦାଫାଶ କରିଥିଲା |

{"id":97857}


ଥାନା ଅଧିକାରୀଙ୍କ କହିବାନୁଯାୟୀ, ମାର୍ଚ୍ଚ ୧୦ ତାରିଖ, ରବିବାର ଦିନ ସ୍କୁଲର ସମସ୍ତ ଛାତ୍ର ଚର୍ଚ୍ଚ ଯାଇଥିଲେ | ଚର୍ଚ୍ଚ ଯିବା ବାଟରେ ବାସୁ ଜଣେ ଦୋକାନୀଙ୍କ ଦୋକାନରୁ ଏକ ବିସ୍କୁଟ ପ୍ୟାକେଟ ଚୋରି କରିଥିଲେ | ଦୋକାନୀ ଘଟଣା ସମ୍ପର୍କରେ ସ୍କୁଲ ଷ୍ଟାଫଙ୍କୁ ଚର୍ଚ୍ଚରେ କହିଥିଲେ | ସ୍କୁଲ ଷ୍ଟାଫ ବାସୁଙ୍କୁ ଗଲି କରିଥିଲେ | ଏହାପରେ ବିନା ଅନୁମତିରେ କେହି ମଧ୍ୟ ସ୍କୁଲ ପରିସରରୁ ବାହାରକୁ ଯାଇପାରିବେ ନାହିଁ ବୋଲି କହିଥିଲେ | ଏଥିରେ ଦ୍ୱାଦଶ ଶ୍ରେଣୀର ଛାତ୍ର ଶୁଭଙ୍କର ଏବଂ ଲକ୍ଷ୍ମଣ ହଷ୍ଟେଲକୁ ଯାଇ ବାସୁକୁ କ୍ରିକେଟ ବ୍ୟାଟ ଏବଂ ଉଇକେଟରେ ମାଡ ମାରିଥିଲେ | ଏହାପରେ ଉଭୟ ବାସୁକୁ ହଷ୍ଟେଲ ଛାତ ଉପରକୁ ନେଇଯାଇଥିଲେ ଏବଂ ଥଣ୍ଡା ପାଣିରେ ବୁଡ଼ାଇବା ସହ ଜୋର ଜବରଦସ୍ତ ଅସନା ପାଣି ପିଆଦେଇଥିଲେ | ଏହାପରେ ବାସୁକୁ ଷ୍ଟଡି ରୁମରେ ଛାଡି ଚାଲିଯାଇଥିଲେ |

ରାତିରେ ୱାଡେନ ପିଲାଙ୍କୁ ଗଣିବାବେଳେ ବାସୁକୁ ସେଠାରେ ପାଇନଥିଲେ | ବହୁତ ଖୋଜାଖୋଜି ପରେ ବାସୁକୁ ଷ୍ଟଡିରୁମରୁ ବେହୋସ ଅବସ୍ଥାରେ ପାଇଥିଲେ | ବାସୁ ସେଠାରେ ବାନ୍ତି କରିଦେଇଥିଲା | ତାକୁ ସ୍କୁଲ ଷ୍ଟାଫ ହସ୍ପିଟାଲ ନେଇଯାଇଥିଲେ | ଡାକ୍ତର ବାସୁକୁ ମୃତ ଘୋଷଣା କରିଥିଲେ | ହଷ୍ଟେଲ ୱାଡେନ ବାସୁଙ୍କ ଦେହ ଖରାପ ଥିବା ନେଇ ତାଙ୍କ ବାପାଙ୍କୁ ବିଳମ୍ବିତ ରାତିରେ ଖବର ଦେଇଥିଲେ | ସକାଳେ ବାସୁଙ୍କ ବାପା ହସ୍ପିଟାଲରେ ପହଂଚି ପୁଅର ମୃତ୍ୟୁ ଖବର ପାଇଥିଲେ | ପୁଅର ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ ଭାଙ୍ଗିପଡିଥିଲେ ବାସୁଙ୍କ ବାପା | ସେ କହିଥିଲେ ଯେ, ସ୍କୁଲର ପ୍ରବନ୍ଧକ ବାସୁଙ୍କ ଶବକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିନଥିଲେ | ବରଂ ଏକ କାଗଜରେ ବାସୁଙ୍କ ବାପାଙ୍କ ଦସ୍ତଖତ କରାଇନେଇ ଶବକୁ ସ୍କୁଲ ପରିସରରେ ପୋତିଦେଇଥିଲେ |


ସ୍କୁଲର ପ୍ରବନ୍ଧକ ବାସୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସ୍କୁଲ ପରିସରରେ ପୋତି ଦେଇଥିଲେ | ସମସ୍ତ ଘଟଣା ସାମ୍ନାକୁ ଆସିବାପରେ ପରିବାରଲୋକେ ବାସୁଙ୍କ ଶବ ପୁଣିଥରେ ବ୍ୟବଚ୍ଛେଦ କରିବା ଏବଂ ହିନ୍ଦୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିବା ପାଇଁ ଦାବି କରିଥିଲେ | ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.