ବିଲ୍ ପାସ୍ ପାଇଁ ନେଉଥିଲେ ୧୬ ହଜାର ଟଙ୍କା, ଜେଇଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍

Published By : Prameya-News7 Bureau | November 09, 2020 IST

ଢେଙ୍କାନାଳ ୯।୧୧: ଲାଞ୍ଚ ନେଇ ଭିଜିଲାନ୍ସରେ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ପଂଚାୟତରେ ଏଲଇଡି ଲାଇଟ୍ ବିଲ୍ ପାସ୍ ପାଇଁ ୧୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ଡିଆରଡିଏ କନିଷ୍ଠ ଯନ୍ତ୍ରୀ ବିପିନ ଦାସଙ୍କୁ ଧରିଲା ଭିଜିଲାନ୍ସ ।

ପଂଚାୟତ ଏଲଇଡି ଲାଇଟ୍ ବିଲ୍ ପାଇଁ ଲାଞ୍ଚ ନଦେଲେ ଫାଇଲ ଘୁଞ୍ଚୁନି । ଏପରିକି ଠିକାଦାରଙ୍କ ବିଲ୍ ପାଇଁ ଦୌଡ଼ି ଦୌଡ଼ି ନାକେ ଦମ୍ ପରେ କନିଷ୍ଠ ଯନ୍ତ୍ରୀଙ୍କ ଅସଲ ମୁଖା ଖୋଲିଦେଇଛି ଭିଜିଲାନ୍ସ । ଏହି ଏଲଇଡି ଲାଇଟ୍ ବିଲ୍ ପାସ୍ କରିବା ପାଇଁ ୧୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ଡିଆରଡିଏ କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରିଛି ଢେଙ୍କାନାଳ ଭିଜିଲାନ୍ସ । କାବୁ ହୋଇଥିବା କନିଷ୍ଠ ଯନ୍ତ୍ରୀ ହେଲେ ଡିଆରଡିଏର ବିପିନ ଦାସ । ତାଙ୍କଠାରୁ ରସାୟନିକ ରଙ୍ଗ ବୋଳା ଲାଞ୍ଚ  ୧୬ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । କନିଷ୍ଠ ଯନ୍ତ୍ରୀ ବିପିନ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଢେଙ୍କାନାଳ ଜିଲ୍ଲାର ୬ଟି ବ୍ଲକ୍ ପଂଚାୟତମାନଙ୍କରେ ଅଲୋକୀକରଣ ପାଇଁ ଏଲଇଡ଼ି ଲାଇଟ ଲଗାଉଥିବା କେନ୍ଦ୍ରାପଡା ଅଂଚଳର ଜଗମୋହନ ପଣ୍ଡା ନାମକ ଜଣେ ଠିକାଦାରଙ୍କଠାରୁ  ବିଲ୍ ପାସ୍ ପାଇଁ ଏହି ତାଙ୍କ ଲାଞ୍ଚ ନେଉଥିଲେ । ଅଭିଯୋଗ ପାଇଁ ଢେଙ୍କାନାଳ ଭିଜିଲାନ୍ସ ଟିମ୍ ଛକି ରହି ତାଙ୍କୁ ଟଙ୍କା ନେବାବେଳେ କାବୁ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.