Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲେବର ଲାଇସେନ୍ସ ନବୀକରଣ କରାଇଦେବାକୁ ନେଉଥିଲେ ୯ହଜାର

1/10/2020 at 2:37 PM

ଭଦ୍ରକ ୧।୧୦: ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଲେବର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ହାତରେ । କନିଷ୍ଠ କିରାଣୀ ଜଣଙ୍କ ସୁଧାକର ବାରିକ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଲେବର ଲାଇସେନ୍ସ ନବୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟି ଏଜେନ୍ସୀଠାରୁ ୧୩ ହଜାର ଟଙ୍କା ନେବାପାଇଁ ସୁଧାକର ଦାବି କରିଥିଲେ । ପରେ ମୁଲଚାଲ ହୋଇ ୯ ହଜାର ଟଙ୍କାରେ କଥା ଛିଡିଥିଲା । ଏହାପରେ ଭବାନୀ ସିକ୍ୟୁରିଟି ଏଜେନ୍ସୀ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲା । ପରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଧାକରଙ୍କୁ ଭଦ୍ରକ ଭିଜିଲାନ୍ସ ଟିମ୍ ଧରିଥିଲା ।

ଲେବର ଲାଇସେନ୍ସ ନବୀକରଣ କରାଇଦେବା ପାଇଁ ୧୩ ହଜାର ଟଙ୍କା ଦାବି କରିଥିବା ନେଇ ଭିଜିଲାନ୍ସକୁ ପ୍ରମାଣ ମଧ୍ୟ ଦେଇଥିଲେ ଅଭିଯୋଗକାରୀ । ତେବେ ସଂପୃକ୍ତ କନିଷ୍ଠ କିରାଣୀ ଜଣଙ୍କ ଭବାନୀ ସିକ୍ୟୁରିଟି ଏଜେନ୍ସୀର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କୁ ଏହି ଟଙ୍କା ମାଗିଥିବା ଜଣାପଡିଛି । ଫଳରେ ଅକ୍ଷୟ ଭିଜିଲାନ୍ସ ଟିମ୍‌ର ସହାୟତା ଲୋଡିଥିଲେ । ଯୋଜନା କରି ଭଦ୍ରକ ଭିଜିଲାନ୍ସ ଟିମ୍ ତାଙ୍କୁ ଗୁରୁବାର ଦିନ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ।

   Related Posts