Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ ଅଫିସ୍‌ରେ ସିବିଆଇ ଚଢାଉ, ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

24/09/2020 at 9:15 AM

ପାରାଦୀପ ୨୪।୯: ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇର ଚଢ଼ାଉ । ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପାରାଦୀପରେ ଥିବା ତଟରକ୍ଷୀବାହିନୀର କଲୋନୀ ପରିସରରେ ଥିବା ମିଲିଟାରୀ ଇଞ୍ଜିନିୟର ସର୍ଭିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରାଜୀବ ରଞ୍ଜନ ରେଡ୍ଡୀ ଠିକାଦାର ପବିତ୍ର ମହାରଣାଙ୍କ ସକାଳ ଆଲୋକ ଲେଙ୍କାଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି ।

ପାରାଦୀପରେ ଥିବା ଓଟିଏମ କମ୍ପ୍ଲେକ୍ସରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ପବିତ୍ର ମହାରଣା ସ୍ବିକୄତୀ ପାଇଥିଲେ ତେବେ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ନିଜ ସାଳକ ଆଲୋକ ଲେଙ୍କାଙ୍କୁ ନିୟୋଜିତ କରିଥିଲେ ହେଲେ ଏହି କାମ କରିବା ପାଇଁ ଯନ୍ତ୍ରୀ ଜଣଙ୍କ ବାରମ୍ବାର ଲାଞ୍ଚ ମାଗୁଥିବା ନେଇ ଠିକାଦାର ଜଣଙ୍କ  ସିବିଆଇର ଦ୍ବାରସ୍ଥ ହୋଇଥିଲେ । ଯାହାକୁ ନେଇ ସିବିଆଇ ଦ୍ବାରା ଏକ ଯୋଜନା ପ୍ରସ୍ତୁତ କରାଯାଇ ସିବିଆଇ ବିଭାଗର  ଡିଏସପି ବୈଦନାଥ ସାମଲଙ୍କ ନେତୄତ୍ବରେ ଏକ ୧୪ ଜଣିଆ ଟିମ୍ ଗଠନ କରାଯାଇ ଠିକାଦାର ଟଙ୍କା ଦେଉଥିବା ସମୟରେ ଯନ୍ତ୍ରୀ ଜଣଙ୍କୁ ସିବିଆଇ ଧରିଥିଲା ।

ତେବେ ଦୀର୍ଘ ସମୟ ଧରି ସିବିଆଇ ଯନ୍ତ୍ରୀଙ୍କର ବାସଭବନଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛନ୍ତି । ସିବିଆଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରିବା ପରେ ଶେଷରେ ଯନ୍ତ୍ରୀ ରାଜୀବ ରଞ୍ଜନ ରେଡ୍ଡୀକୁ ଗିରଫ କରିଥିବା ଦେଖିବାକୁ ମିଳିଛି ।

   Related Posts