Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମଧ୍ୟପ୍ରଦେଶରେ ୩୦୦୦ ଜୁନିୟର ଡାକ୍ତରଙ୍କ ସାମୂହିକ ଇସ୍ତଫା

3/06/2021 at 8:35 PM

ଭୋପାଳ ୩/୬: ଗ୍ବାଲିୟରରେ ନିଜର ଦାବି ପୂରଣ ନହେବା ନେଇ ଜୁନିୟର ଡାକ୍ତରମାନେ ସାମୂହିକ ଇସ୍ତଫା ଦେଇଛନ୍ତି। ପାଖାପାଖି ୩୦୦୦ ଡାକ୍ତର ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହା ସହ ଜବଲପୁରରେ ୪୦୦ ଡାକ୍ତର ମଧ୍ୟ ଇସ୍ତଫା ଇେଛନ୍ତି। ସେପଟେ ଭୋପାଳର ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସାମୂହିକ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

ଜଣେ ଜୁନିୟର ଡାକ୍ତର କହିଛନ୍ତି, ‘ଆଜି ମଧ୍ୟପ୍ରଦେଶରେ ସମସ୍ତ ୩୦୦୦ ଜୁନିୟର ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ବାଧ୍ୟବାଧକତା ପାଇଁ ଆମେ ଏପରି କରିଛୁ। ଆ​‌ମେ ଅନୁରୋଧ କରୁଛୁ କି ଆମ ଦାବି ପୂରା କରାଯାଉ।’  ଭୋପାଳରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିବା ସହ ଅନ୍ୟ ଡାକ୍ତର ସଂଘ ସେମାନଙ୍କୁ ସମର୍ଥନ କରୁଥିବା ଦାବି କରିଛନ୍ତି। 

ଏହା ପୂର୍ବରୁ ଆଜି ଜବଲପୁର ହାଇକୋର୍ଟ ଜୁନିୟର ଡାକ୍ତରମାନଙ୍କୁ ୨୪ ଘଣ୍ଟାରେ ଆନ୍ଦୋଳନ ସାମପ୍ତ କରି କାର୍ଯ୍ୟକୁ ଫେରିବା ପାଇଁ ନିର୍ଦେଶ ଦେଇଥିଲେ। ଯଦି ଡକ୍ତରମାନେ ବିଦ୍ରୋହ ପ୍ରଦର୍ଶନ ବନ୍ଦ ନକରିନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ମଧ୍ୟ ଘୋଷଣା କରିଥିଲେ।

   Related Posts