ରିଲିଜ୍ ହେଲା ଅପକମିଂ ଫିଲ୍ମ 'ଜଙ୍ଗଲି'ର ଟ୍ରେଲର

Published By : Prameya-News7 Bureau | March 07, 2019 IST

ମୁମ୍ବାଇ ୭|୩ : ରିଲିଜ ହେଲା ଅପକମିଂ ପିଲ୍ମ ଜଙ୍ଗଲିର ଟ୍ରେଲର । ମଣିଷ ଓ ପଶୁଙ୍କ ଭିତରେ ଥିବା ଭଲପାଇବାକୁ ନେଇ ଫିଲ୍ମର ଷ୍ଟୋରି ଲାଇନ ।  ଏପ୍ରିଲ ୫ରେ ପରଦାକୁ ଆସିବ ଫିଲ୍ମ । 

{"id":91410}

ଏତେଦିନ ପର୍ଯ୍ୟନ୍ତ, ଯାହା ଅପେକ୍ଷାରେ ଥିଲା, ତା’ର ଧମାକାଦାର ଟ୍ରେଲର ଏବେ ରିଲିଜ୍ ହୋଇଛି। ମସ୍ତ ଇମ୍ପ୍ରେସ୍ କରିଛି ଲିଡ଼୍ ଆକ୍ଟର ବିଦ୍ୟୁତ ଜାମଓ୍ବାଲଙ୍କ ଆକ୍ସନ୍। ଇମୋଶନାଲ୍ ଫିଲ୍ମ ଜଙ୍ଗଲିର ଏଇ ଟ୍ରେଲର, କହୁଛି କି, ପ୍ରେମ କ’ଣ । ଭଲପାଇବା କ’ଣ ! ସେ ପ୍ରେମ ମଣିଷ ମଣିଷ ଭିତରେ ହୋଇପାରେ। ପଶୁ ଆଉ ମଣିଷ ଭିତରେ ବି ହୋଇପାରେ। ଫିଲ୍ମରେ ସାହସ ରହିଛି। ଆଡ଼ଭେଞ୍ଚର ରହିଛି। ଆକ୍ସନ ରହିଛି, ଏବଂ ଆଉଗୋଟେ ବଡ଼ କଥା ଯାହା ରହିଛି, ତାହା ହେଲା ବିଶ୍ବାସ।

{"id":91411}

ରାଜ୍ ଭୂମିକାରେ ଅଭିନୟ କରୁଥିବା ବିଦ୍ୟୁତ, ପଶୁମାନଙ୍କର ଡ଼ାକ୍ତର। ଯାହାର ପିଲାଦିନ ଏଲିଫାଣ୍ଟ ରିଜର୍ଭରେ ବିତୁଛି। ଭୋଲା ନାମକ ହାତୀ ସହ ରାଜର ନିବିଡ଼ ସଂପର୍କ ଗଢ଼ିଉଠୁଛି । ତା’ପରର କାହାଣୀ ଅବଶ୍ୟ ପାରମ୍ପରିକ। ହାତୀଦାନ୍ତ ବେପାରୀ ଆସୁଛି, ବାଧା ଦେଉଛି ନାୟକ ରାଜ୍। ଆରମ୍ଭ ହେଉଛି ଦମଦାର ଡ଼ାଇଲଗ୍ ଆଣ୍ଡ ଆକ୍ସନ୍।

{"id":91409}

ଆମେରିକୀୟ ଫିଲ୍ମ ନିର୍ଦେଶକ, ଚକ୍ ରସେଲଙ୍କର ଏଇ ଫିଲ୍ମକୁ ଜଙ୍ଗଲୀ ପିକ୍ଚର୍ସ ପ୍ରଡ଼୍ୟୁସ୍ କରିଛି, ଆଉ ଭଲ ପାଇବା କ’ଣ, ଯୁଦ୍ଧ ଓ ପ୍ରେମ କ’ଣ, ବୁଝାଇ ଦେବାକୁ ଅପ୍ରେଲ ୫ରେ ପରଦାକୁ ଆସୁଛି।

wp:core-embed/youtube {"url":"https://www.youtube.com/watch?v=tcsJ-3GLDE4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=tcsJ-3GLDE4
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.