Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ବାପାଙ୍କ ଅଭିଯୋଗ, ‘ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି’

8/07/2020 at 6:47 PM

ବୌଦ୍ଧ୮/୭: ନାଗ ପାହାଡ଼ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ବଘିଆପଡା ଫାଣ୍ଡି ଅନ୍ତର୍ଗତ ଅମ୍ବାଝରି ପଞ୍ଚାୟତ ନାଗ ପାହାଡ଼ ଜଙ୍ଗଲ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗଣ୍ଡିସର ଗ୍ରାମର ସାମନ୍ତ ହାତୀଙ୍କ ଝିଅ ରିନା ହାତୀ। ତାଙ୍କ ବୟସ ୩୦ ବର୍ଷ।  ଗତ ୮ ଦିନ ହେଲା ନିଖୋଜ ଥିଲେ। ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ହୋଇଥିଲା। କାହିଁକି ଏଭଳିଅ ଗନ୍ଧ ଆସୁଛି ଖୋଜିବା ପରେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ସ୍ଥାନୀୟ ଦେଖିଥିଲେ।ଏହା ପରେ ପୋଲିସ୍ ଖବରକୁ ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି କରିଥିଲା। ମୃତ ମହିଳାଙ୍କ ବାପାଙ୍କ କହିବା  ମୁତାବକ,  ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି। ତେଣୁ ଏହି ଘଟଣାର ପ୍ରକୃତ ତଦନ୍ତ କରାଯାଉ ବୋଲି ତାଙ୍କ ବାପା ଦାବି କରିଛନ୍ତି।

   Related Posts