ଝାଉଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | February 02, 2020 IST

ପାରାଦୀପ ୦୨।୦୨:  ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ମୃତକ ହେଲେ ନୂଆବଜାର ହରିବୋଲିଆ ମଠ ନିକଟରେ ରହୁଥିବା ପ୍ରମୋଦ କାମିଲା ଏବଂ ତାଙ୍କ ବୟସ ୩୫ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

{"id":219248,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରମୋଦ ଶନିବାର ଅପରାହ୍ନରେ ଘରୁ ବାହାରକୁ ଯାଇଥିଲେ । ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପ୍ରମୋଦ ଘରକୁ ନଆସିବା ଦେଖି ପରିବାର ଲୋକେ ବିଭିନ୍ନ ସ୍ଥାନରେ  ଖୋଜାଖୋଜି କରିଥିଲେ ।  ପରେ  ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ପ୍ରମୋଦଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିବା ଖବର ପାଇଥିଲେ । ତେବେ ଘଟଣାସମ୍ପର୍କରେ ଜଟାଧାର ମୁହାଣ ଥାନାରେ ଖବର ଦିଆଯାଇଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ କେଉଁ କାରଣରୁ ପ୍ରମୋଦଙ୍କ ମୃତ୍ୟୁ ଘଟିଛି ତାହାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.