Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅନନ୍ୟ ପରମ୍ପରା: ବୃକ୍ଷ ରକ୍ଷା ପାଇଁ ଜଙ୍ଗଲ ପୂଜା, ଦଶ ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଯୁବ ଗୋଷ୍ଠୀ

23/10/2021 at 10:04 PM

ଦେବଗଡ଼ ୨୩/୧୦: ଆଜିର ସମାଜରେ ଗଛକୁ କାଟି ଜଙ୍ଗଲ ନଷ୍ଟ କରିବା ଘଟଣା ସବୁଆଡେ ଦେଖିବାକୁ ମିଳୁଥିବା ବେଳେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ କେନ୍ଦେଇଜୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଂଜାରୀ ଗ୍ରାମରେ ଜଙ୍ଗଲ ପୂଜା କରି ଗଛ ବଞ୍ଚାଇବାକୁ ଉଦ୍ୟମ କରାଯାଇଛି । ବଂଜାରୀ ଗ୍ରାମ ସଂଲଗ୍ନ ପାହାଡରେ ଜଙ୍ଗଲ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

କେନ୍ଦେଇଜୁରୀ ଗ୍ରାମ ପଞ୍ଚାୟତର କିଛି ଉତ୍ସାହୀ ଯୁବକ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଦଶ ବର୍ଷ ତଳେ ଜଙ୍ଗଲ ପୂଜା ଆରମ୍ଭ କରିଥିଲେ । ଧିରେ ଧିରେ କିଛି ବର୍ଷ ମଧ୍ୟରେ ଏହା ଆଖପାଖ ଗ୍ରାମର ଅଧିବାସୀଙ୍କୁ ଆକୃଷ୍ଟ କରିଛି । ସ୍ଥାନୀୟ ଲୋକ ଗଛର ମହତ୍ତ୍ଵ ବୁଝିବା ସହ ଜଙ୍ଗଲ ବଞ୍ଚାଇବା ଲକ୍ଷ୍ୟରେ ଏହି ଜଙ୍ଗଲ ପୂଜା କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି।

ଏହି ଜଙ୍ଗଲ ପୂଜା ଅବସରରେ କେନ୍ଦେଇଜୁରୀ ଓ ପାଳକୁଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳା ଯୋଗ ଦେଇ ନାମ ସଂକୀର୍ତ୍ତନ ଓ ପୂଜାପାଠ କରିଥିଲେ ।

   Related Posts