ସଞ୍ଜିବନୀ ବୁଟିରୁ କମ୍ ନୁହେଁ ଏହି ଫଳ ,କ୍ୟାନସର ଏବଂ ଡାଏବେଟିସ ରୋଗକୁ ଦେଇଥାଏ ମାତ୍ : ଜାଣନ୍ତୁ ଏହାର ଉପାଦେୟତା

Published By : Prameya-News7 Bureau | April 23, 2019 IST

ଜଙ୍ଗଲରେ ଏପରି ବିଭିନ୍ନ ପ୍ରକାରର ଫଳଗଛ ଭରି ରହିଛି ଯାହା ପ୍ରକୃତିର ବରଦାନ ଅଟେ। କେତେକ ଫଳ ଏପରି ରହିଛି ଯାହା ବଡ଼ ବଡ଼ ମାରାତ୍ମକ ରୋଗକୁ ମାତ୍ ଦେଇଥାଏ। ଆଜି ଆମେ ଜାଣିବା ଏହିପରି ଏକ ଜଙ୍ଗଲୀ ଫଳ ବିଷୟରେ

{"id":106491,"width":592,"height":550}

ବାସ୍ତବରେ ଆମେ ଯେଉଁ ଫଳ ବିଷୟରେ କହୁଛୁ ତାହା ହେଉଛି ସୀମାକୟାଁ।  ଏହାକୁ ମିଠା ତେନ୍ତୁଳି ମଧ୍ୟ କୁହାଯାଇଥାଏ। ଏହି ଫଳ ଖାଇବା ଦ୍ବାରା ଅନେକ ପ୍ରକାର ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ। ଜିଲାପି ଭଳି ଦେଖାଯାଉଥିବା ଏହି ଫଳ ପାଚିବା ପରେ ଲାଲ ହୋଇ ଯାଇଥାଏ କିନ୍ତୁ ଆଗରୁ ଏହା ସବୁଜ ଥାଏ। ଏହି ଫଳରେ ଭିଟାମିନ୍ ଏ,ଭିଟାମିନ୍ ବି,ଆଇରନ,ଫାଇବର,କ୍ୟାଲସିୟମ୍,ଫସଫରସ୍ ଏବଂ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ। ଏହି ଫଳ ସେବନ କରିବା ଦ୍ବାରା ଆମେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇଥାଉ।  

{"id":106492,"width":594,"height":445}

ଯଦି ଅତ୍ୟଧିକ ମାତ୍ରାରେ ତରଳ ଝାଡ଼ା ହେଉଥାଏ ତେବେ ଏହା ଖାଇବା ଦ୍ବାରା ଲାଭ ମିଳିଥାଏ। ଏଥିପାଇଁ ଏହାର ଛାଲର କାଢ଼ା ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା କ୍ୟାନସର ଭଳି ମାରାତ୍ମକ ରୋଗ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କାରଣ ଏଥିରେ ଥିବା ଭିଟାମିନ୍ କ୍ୟାନସର କୋଶିକାକୁ ନଷ୍ଟ କରି ଦେଇଥାଏ। କେବଳ ଏତିକି ନୁହେଁ ଏହି ସୀମାକୟାଁ ବ୍ୟବହାର କରିବା ଦ୍ବାରା ଆପଣ ମାତ୍ର ୩୦ଦିନରେ ଡାଏବେଟିସ୍ ଭଳି ରୋଗରୁ ମୁକ୍ତି ପାଇପାରିବେ।

{"id":106493,"width":596,"height":335}

ଚର୍ମ ରୋଗରେ ସୀମାକୟାଁର ଉପଯୋଗ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତ୍ବଚାଜନିତ ସମସ୍ୟାରେ ଏହାର ଛାଲକୁ ଘଷି ତ୍ବଚାରେ ଲଗାଇଲେ ଆରାମ ମିଳିଥାଏ।

{"id":106494,"width":595,"height":486}

କିଡନି ରୋଗ ପାଇଁ ମଧ୍ୟ ଏହାର ବ୍ୟବହାର ଲାଭଦାୟକ ହୋଇଥାଏ। ଏଥିପାଇଁ ନିୟମିତ ଭାବେ ଏହାର ପାଣି ପିଇବା ନିତାନ୍ତ ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.