Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୨୪ ଜୁନ୍ ଜ୍ୟେଷ୍ଠ ପୂର୍ଣ୍ଣିମା ହେବ ୨୦୨୧ର ଶେଷ ସୁପରମୁନ୍, ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ

23/06/2021 at 8:52 PM

ନୂଆଦିଲ୍ଲୀ ୨୩।୬: ଚଳିତବର୍ଷ ୨୪ ଜୁନ ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣିମା ପାଳିତ ହେବ। ଗ୍ରୀଷ୍ମ ସଂକ୍ରାନ୍ତି ପରେ ପଡୁଥିବା ପ୍ରଥମ ପୂର୍ଣ୍ଣିମା ଦିନ ଆକାଶରେ ଅନନ୍ୟ ଖଗୋଳୀୟ ଘଟଣା ଦୃଶ୍ୟମାନ ହେବ। ପୂର୍ଣ୍ଣିମାରେ ଗୋଲାପି ରଙ୍ଗର ଜହ୍ନ ଉଇଁବ । ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଚନ୍ଦ୍ରଙ୍କ ଆକାର ଟିକେ ବଡ଼ ହେବା ସହ ଇଷତ ଗୋଲାପି ରଙ୍ଗରେ ଦେଖାଯିବ। ତେବେ  ବିଶ୍ୱର ବିଭିନ୍ନ ଦେଶରେ ଏହି ପୂର୍ଣ୍ଣିମାକୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି। ଆମେରିକାରେ ଲୋକେ ଏହାକୁ ଷ୍ଟ୍ରେବେରୀ ମୁନ୍‌ କହିଥାନ୍ତି, ସେହିପରି ୟୁରୋପରେ ଏହା ରୋଜମୁନ୍‌ ହୋଇଥିବା ବେଳେ ଭୂମଧ୍ୟ ସାଗର ରେଖାର ଉତ୍ତରରେ ଥିବା ଦେଶମାନଙ୍କରେ ଏହାକୁ ହଟମୁନ୍‌ ବା ହନିମୁନ୍‌ ବୋଲି ମଧ୍ୟ ଲୋକେ କହିଥାନ୍ତି।

ଏହି ପୂର୍ଣ୍ଣିମାରେ ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ଟିକେ ନିକଟତର ଥାଏ। ଏଣୁ ଏହାର ଆକାର ବେଶ ବଡ଼ ଲାଗେ। ତେବେ ଚଳିତବର୍ଷର ଏହା ଶେଷ ସୁପରମୁନ୍‌ ହେବ। ପୂର୍ଣ୍ଣିମା ପରେ ଚନ୍ଦ୍ର ଧିରେ ଧିରେ କକ୍ଷପଥରେ ପୃଥିବୀରୁ ଦୂରେଇବା ଆରମ୍ଭ କରିବେ। ଏଣୁ ଆଗାମୀ ପୂର୍ଣ୍ଣିମା  ମାନଙ୍କରେ ଚନ୍ଦ୍ରଙ୍କ ଆକାର ଆଉ ଏତେବଡ଼ ହେବନି। କ୍ରମଶଃ ଆକାରରେ ହ୍ରାସ ଦେଖାଯିବ। ତେବେ  ବିଶ୍ୱରେ ଜୁନ ମାସର ପୂର୍ଣ୍ଣିମାକୁ କେଉଁ ନାମରେ ନାମିତ କରାଯାଇଛି ଆସନ୍ତୁ ଜାଣିବା।    

ଷ୍ଟ୍ରବେରୀ ଚାଷ କରୁଥିବା ଆମେରିକୀୟ ଜନଜାତି ଲୋକେ ପ୍ରଥମେ ଏହି ପୂର୍ଣ୍ଣିମାକୁ ଷ୍ଟ୍ରବେରୀ ମୁନ୍‌ ନାମରେ ନାମିତ କରିଥିଲେ। ଷ୍ଟ୍ରବେରୀ ଅମଳ ଋତୁର ପୂର୍ଣ୍ଣିମାକୁ ଏହି ଫଳ ସହ ସେମାନେ ସଂଯୁକ୍ତ କରିଥିଲେ। ୟୁରୋପରେ ଏହି ପୂର୍ଣ୍ଣିମା ରୋଜ ମୁନ୍‌ ଭାବେ ବେଶ ଲୋକପ୍ରିୟ। ଦେଶରେ ଗୋଲାପ ଫୁଲର ଅମଳ କାଳରେ ପୂର୍ଣ୍ଣିମା ଶୋଭା ବହୁଗୁଣିତ ହୋଇଥାଏ। ଏହା ସହ ଜହ୍ନର ରଙ୍ଗ ମଧ୍ୟ ଇସତ ଗୋଲାପି ଦେଖାଯାଉଥିବାରୁ ରୋଜମୁନ୍‌ ବୋଲି ଲୋକେ କୁହନ୍ତି। ଅନ୍ୟପକ୍ଷରେ ଏହି ସମୟରୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁର ଆରମ୍ଭ ହୁଏ। ଭୂମଧ୍ୟସାଗର ରେଖାର ଉତ୍ତର ଦିଗରେ ଥିବା ଦେଶମାନଙ୍କରେ ଗ୍ରୀଷ୍ମ ଋତୁ ଆଗମନ ହୋଇଥାଏ। ଏଣୁ ମାସର ପୂର୍ଣ୍ଣିମାକୁ ହଟ୍‌ ମୁନ୍‌ ବୋଲି ଲୋକେ କହନ୍ତି। ତେବେ ସବୁଠୁ ଯାହା ବଡ଼ କଥା ତାହା ହେଲା ଏହି ଜହ୍ନ ରାତି ତମାମ ଆକାଶକୁ ଝଲମଲ କରୁଥାଏ। ଅର୍ଥାତ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଜହ୍ନ ଆକାଶରେ ଥାଏ।   

   Related Posts