ଜୁନ ୨୧: ସୂର୍ଯ୍ୟପରାଗର ସେହି ୭ଟି କଥା, ଯାହା ଆପଣ ଜାଣି ନଥିବେ...

Published By : Prameya-News7 Bureau | June 17, 2020 IST

ଭୁବନେଶ୍ଵର ୧୭।୦୬: ଏଥର ଜୁନ ମାସ ପରାଗ ଦୃଷ୍ଟିରୁ ବହୁତ ଖାସ୍ କୁହାଯାଇ ପାରିବ। ଗତ ଜୁନ ୫ରେ ଚନ୍ଦ୍ର ଗ୍ରହଣ ହୋଇ ସାରିଥିବା ବେଳେ ଜୁନ ୨୧ରେ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଭାରତରେ ସୂର୍ଯ୍ୟପରାଗକୁ ନେଇ ଅନେକ ମାନ୍ୟତା ରହିଛି। ଅନ୍ୟପଟେ ସୂର୍ଯ୍ୟପରାଗର ଧାର୍ମିକ ଓ ଜ୍ୟୋତିଷଙ୍କ ନଜରରେ ବହୁତ ମହତ୍ଵ ରହିଛି। ସୂର୍ଯ୍ୟପରାଗକୁ ନେଇ ଆମ ମନରେ ଅନେକ ପ୍ରକାରର ଜିଜ୍ଞାସା ମଧ୍ୟ ଉଠିଥାଏ ଏବଂ ଆମେ ଏହି ବିଷୟରେ ସବୁ କିଛି ଜାଣିବାକୁ ଚାହିଁଥାଉ। ଏମିତିରେ ଆମେ ଆପଣଙ୍କୁ ଜଣାଇବାକୁ ସୂର୍ଯ୍ୟପରାଗର ସେହି ମହତ୍ଵପୂର୍ଣ୍ଣ କଥା ଯାହା ଆପଣ ଜାଣିବାକୁ ଚାହିଁବେ।

{"id":287807,"sizeSlug":"large"}

- ମାନ୍ୟତା ରହିଛି ଯେ, ସୂର୍ଯ୍ୟ ପରାଗ ଦିନ କୌଣସି ଗଛରୁ ପତ୍ର, ଫୁଲ ଓ ଡାଳ ଭାଙ୍ଗିବା ଉଚିତ୍ ନୁହେଁ। ଏହା ବ୍ୟତୀତ ଚୁଟି କାଟିବା ଏବଂ କପଡା ଚିପୁଡିବା ମଧ୍ୟ ଅନୁଚିତ୍।

-  ସୂର୍ଯ୍ୟପରାଗକୁ ନେଇ ଏହା ମଧ୍ୟ ମାନ୍ୟତା ରହିଛି ଯେ, ପରାଗ ସମୟରେ କୌଣସି ବି ଶୁଭ କିମ୍ବା ନୂତନ କାମ ଆରମ୍ଭ କରିବା ଉଚିତ୍ ନୁହେଁ।

- ମାନ୍ୟତା ରହିଛି ସୂର୍ଯ୍ୟପରାଗ ସମୟରେ ଯଦି ଅନ୍ୟ ବ୍ୟକ୍ତିଙ୍କ ଖାଦ୍ୟ ଖାଇ ଦେବେ, ତେବେ ଏଥିରେ ୧୨ ବର୍ଷର ଅର୍ଜିଥିବା ସମସ୍ତ ପୁଣ୍ୟ ନଷ୍ଟ ହୋଇ ଯାଉ। ଏହା ମଧ୍ୟ କୁହାଯାଉଛି ଯେ, ଏହି ସମୟରେ ଗୁରୁମନ୍ତ୍ର, ଇଷ୍ଟମନ୍ତ୍ର କିମ୍ବା ଭଗବାନଙ୍କ ନାମ ଜପ କରିବା ଉଚିତ୍।

{"id":287808,"sizeSlug":"large"}

- ଏହା ବ୍ୟତୀତ ଆଉ ଏକ ମାନ୍ୟତା ରହିଛି, ସୂର୍ଯ୍ୟପରାଗ ସମୟରେ ତାଲା ଖୋଲିବା ଅନୁଚିତ୍। ଭୋଜନ କରିବା ଉଚିତ୍ ନୁହେଁ। ଅନ୍ୟପଟେ  ଏହି ସମୟରେ ଶୋଇବା ବି ଉଚିତ୍ ନୁହେଁ ଏବଂ ମଳମୂତ୍ର ତ୍ୟାଗ କରିବାଠୁ ନିବୃତ୍ତ ରୁହନ୍ତୁ।

- କିନ୍ତୁ ସୂର୍ଯ୍ୟପରାଗ ସମୟରେ ଅନେକ ପୂଣ୍ୟ କାମ କରିବାକୁ କୁହାଯାଇଛି। ଏହି ସମୟରେ ଯଦି ଗାଈକୁ ଘାସ, ପକ୍ଷୀଙ୍କୁ ଅନ୍ନ ସହିତ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରିବେ ତେବେ ଆପଣଙ୍କୁ ଅନେକ ଗୁଣ ପୁଣ୍ୟ ମିଳିବ।

- ଅନ୍ୟପଟେ ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଅଧିକ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ୩ ଦିନ କିମ୍ବା ଗୋଟିଏ ଦିନ ଉପବାସ ରଖାଯାଉ, ଏମିତି କଲେ ଭଲ ଫଳ ମିଳେ। କିନ୍ତୁ ମାନ୍ୟତାରେ ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବି ସନ୍ତାନ ଥିବା ଗୃହସ୍ତ ବ୍ୟକ୍ତିଙ୍କୁ ସୂର୍ଯ୍ୟପରାଗ ଓ ସଂକ୍ରାନ୍ତି ଦିନ ଉପବାସ ରଖିବା ଉଚିତ୍ ନୁହେଁ।

- ଏହା ମଧ୍ୟ ମାନ୍ୟତା ରହିଛି ସୂର୍ଯ୍ୟପରାଗ ପ୍ରାମମ୍ଭରେ ତେଲ କିମ୍ବା କୁଶମିଶ୍ରିତ ଜଳ ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ ସୂର୍ଯ୍ୟପରାଗ ଆରମ୍ଭଠୁ ନେଇ ଶେଷ ପର୍ଯ୍ୟନ୍ତ ଅନ୍ନ ଓ ଜଳ ସେବନ କରିବା ଅନୁଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.