Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଜୁନ୍ ୨୧ତାରିଖରେ ଆକାଶରେ ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ : ୨୫ବର୍ଷ ପୁରୁଣା ସ୍ମୃତି ହେବ ତାଜା

8/06/2020 at 10:16 AM

ନୂଆଦିଲ୍ଲୀ ୮/୬: ଉତ୍ତର-ପଶ୍ଚିମ ଭାରତର ଲୋକେ ଜୁନ୍ ୨୧ତାରିଖରେ ସମ୍ଭବତଃ ନିଜ ଜୀବନରେ ପ୍ରଥମ ଥର ବଳୟାକାର ସୂର୍ଯ୍ୟ ଗ୍ରହଣ ଦେଖି ପାରିବେ। କେତେକଙ୍କ ବିଗତ ଶତାବ୍ଦୀର ୧୯୯୫ମସିହା ଅକ୍ଟୋବର ୨୪ତାରିଖର ସ୍ମୃତି ତାଜା ହୋଇଯିବ। ଜୁନ୍ ୨୧ତାରିଖରେ ହେବାକୁ ଥିବା ଏହି ଅଦ୍ଭୁତ ଘଟଣାର ଆରମ୍ଭ ଜୁନ୍ ୫ତାରିଖରେ ଚନ୍ଦ୍ର ଗ୍ରହଣ ସହ ହୋଇଯାଇଛି।

ସୂର୍ଯ୍ୟ ପରାଗର ଛାୟା ରାଜସ୍ଥାନରେ ସକାଳେ ପାଖାପାଖି ୧୦:୧୫ରେ ସୁରତଗଡ଼ର ଘଡ଼ସାନାରେ ପ୍ରବେଶ କରିବ ଏବଂ ପାଖାପାଖି ୩ଘଣ୍ଟା ଯାଏଁ ଆନ୍ଧ୍ରପ୍ରଦେଶରେ ଏହାକୁ ଦେଖାଯାଇପାରିବ। ପଞ୍ଜାବ,ହରିୟାଣା,ଦିଲ୍ଲୀ,ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ।

   Related Posts