ପୂର୍ବ ଶତ୍ରୁତାର କରୁଣ ପରିଣତି: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା , ଜଣେ ଅଭିଯୁକ୍ତ ଅଟକ

Published By : Prameya-News7 Bureau | July 14, 2021 IST

ଅନୁଗୁଳ୧୪/ ୭ : ଯୁବକକୁ ଗୋଡାଇ ଗୋଡ଼ାଇ ହାଣିଲେ ଅନ୍ୟ ଜଣେ ଯୁବକ । ଅନଗୁଳ ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ୩୦ ବର୍ଷୀୟ ଜିତେନ୍ଦ୍ର ସାହୁ । ପୀତବାସ ସାହୁ ନାମକ ଯୁବକ ଗୋଡାଇ ଗୋଡାଇ ଟାଙ୍ଗିଆରେ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଛି ।

ପୂର୍ବ ଶତ୍ରୁତା ହି ହତ୍ୟାକାଣ୍ଡ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । କିଛି ବ୍ୟବସାୟିକ ଗଣ୍ଡଗୋଳ ମଧ୍ୟ ଅଛି ବୋଲି ଜଣାପଡିଛି । ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରିବା ସହ ପିତବାସ ସାହୁକୁ ଛେଣ୍ଡିପଦା ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.