ମହାନଦୀରୁ ପୁଣି ଜଣେ ବ୍ୟକ୍ତି ଡେଇଁଥିବା ଚର୍ଚ୍ଚା: ପରିବାର ଲୋକଙ୍କ ଅଭିଯୋଗ

Published By : Prameya-News7 Bureau | August 16, 2020 IST

 ସମ୍ବଲପୁର୧୬/୮: ସମ୍ବଲପୁର ଚାଉଁରପସ୍ଥିତ ମହାନଦୀରେ ଦ୍ବିତୀୟ ସେତୁରେ ପୁଣି ଜଣେ ବ୍ୟକ୍ତି ଡେଇଁଥିବା ଚର୍ଚ୍ଚା। ସମ୍ବଲପୁର କୁଲତଖାନିର ସୌରଭଧର ସେତୁ ଉପରୁ ଡେଇଁ ନିଖୋଜ ହୋଇଥିବା ପରିବାର ଲୋକ କହିଛନ୍ତି | ଏ ନେଇ ସୌରଭର ଫୋନରୁ ଘର ଲୋକଙ୍କୁ ଏକ ଫୋନ କଲ୍ ଆସିଥିଲା | ଫୋନ କଲରେ ଆପଣଙ୍କ ପୁଅ ସେତୁ ଉପରୁ ଡେଇଁଥବା ଘର ଲୋକଙ୍କୁ କୁହାଯାଇଥିବା ତାଙ୍କ ବାପା କହିଛନ୍ତି | ସେପଟେ ବ୍ରିଜ ଉପରେ ସୌରଭଙ୍କର ରୁମାଲ ଓ ଚପଲ ଅଛି | ତେବେ ଘଟଣାସ୍ଥଳରେ ଟାଉନଥାନା ପୋଲିସ  ଅଗ୍ନିଶମ ବିଭାଗ ପହଁଞ୍ଚି ତଦନ୍ତ କରୁଛି । ଭୋଜି ଖାଇ ଗାଁରେ ଝାଡାବାନ୍ତି, ୯୦ରୁ ଅଧିକ ଅସୁସ୍ଥ, ୨୯ ଗୁରୁତର , ପଦାରେ ପଡିଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.