ପାରାଦୀପ ବନ୍ଦରରେ ଲାଗିଲା ଜମ୍ବୋ ଜାହାଜ

Published By : Prameya-News7 Bureau | January 30, 2021 IST

ପାରାଦୀପ ୩୦।୧: ପାରାଦୀପ ବନ୍ଦରରେ ଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ) ବର୍ଥରେ ଲାଗିଛି ଜମ୍ବୋ ଜାହାଜ । ଏହି ଜାହାଜରେ ପାରାଦୀପ ତୈଳ ବିଶୋଧନାଗାରରେ ନିର୍ମାଣ ହେବାକୁ ଥିବା ମନୋ ଏଥଲିନ୍ ଗାଇକଲ ପ୍ଲାଣ୍ଟ ପାଇଁ ସୁପର କ୍ରିଟିକାଲ୍ ଓଡିସି ( ଓଭର ଡାଇମେନସନ୍ କନ୍ସାଇମେଣ୍ଟ ) ଆସିଥିବା ସୂଚନା ମିଳିଛି ।

{"id":400964,"sizeSlug":"large","linkDestination":"none"}

ଏହି ଓଡିସି ଇଓ ରିଆକ୍ଟର ଓ ଓ୍ବାସ୍ ଟାଓ୍ବାର ଜାହାଜ ଯୋଗେ ପାରାଦୀପରେ ପହଞ୍ଚିଛି । ତେବେ ଏହି ଉପକରଣ ଏଲ୍ଆଣ୍ଡଟି ଦ୍ବାରା ପ୍ରସ୍ତୁତ ହୋଇଥିବା ଦ୍ବିତୀୟ ବୃହତ ଉପକରଣ ହୋଇଥିବା ବେଳେ ୧୧୫୭ମେଟ୍ରିକ ଟନ୍ ଓଜନ ବିଶିଷ୍ଟ ଏହି ଇଓ ରିଆକ୍ଟରରେ ୨୨ହଜାର ୧୪୨ଟି ଏସ୍ଏସ୍ ଡୁପ୍ଲେକ୍ସ ଟିଉଭ୍ ରହିଛି । ତେଣୁ ଏହି 'ଏମ୍.ଇ.ଜି' ପ୍ରକଳ୍ପ ପାଇଁ ସର୍ବାଧିକ ବୃହତ ଉପକରଣ ଭାବେ ଏହା କାର୍ଯ୍ୟ କରିବ।

{"id":400965,"sizeSlug":"large","linkDestination":"none"}

ତେବେ ଏଲ୍ଆଣ୍ଡଟିର ହାଜିରା ପ୍ଲାଣ୍ଟରେ ଗତ ୪ ତାରିଖରେ ଏହି ସବୁ ଉପକରଣକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ସ୍ବାଗତ କରିଥିବା ବେଳେ ପାରାଦୀପରେ ପହଞ୍ଚିବା ପରେ ତୈଳ ବିଶୋଧନାଗାରର ଇଡି ଓ ଏଲ୍ଆଣ୍ଡଟିର ମୁଖ୍ୟ ଅଧିକାରୀ ପତାକା ଦେଖାଇ ସ୍ବାଗତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.