କେନ୍ଦୁଝର ଜିଲ୍ଲାରେ ହାତୀପଲ

Published By : Prameya-News7 Bureau | June 08, 2018 IST

କେନ୍ଦୁଝର ଜିଲ୍ଲାରେ ହାତୀପଲ । ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ୟୁକାଲିପଟାସ ଜଙ୍ଗଲକୁ ଏକ ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୨ଟି ହାତୀ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଦୁଇଟି ମାଈ ହାତୀ ଓ କିଛି ଛୁଆ ହାତୀ ଅଛନ୍ତି । ହାତୀ ଦେଖିବାକୁ ଲୋକେ ଭିଡ ଜମାଇଛନ୍ତି । ଲୋକଙ୍କୁ ଦେଖି ହାତୀ ମଧ୍ୟ ଗୋଡାଉଥିବା ଦେଖିବାକୁ ମିଳିଛି । ହାତୀ ପଲଙ୍କୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.