ଜୁଲାଇରେ ବିଧାନସଭା ବୈଠକ ରଦ୍ଦ

Published By : Prameya-News7 Bureau | July 06, 2020 IST

ଭୁବନେଶ୍ବର୬/୭: ଜୁଲାଇ ମାସରେ ବିଧାନସଭା ବୈଠକ ରଦ୍ଦ। ଏହାସହ ଜୁଲାଇ ମାସରେ ବସିବାକୁ ଥିବା କୌଣସି ବିଧାନସଭା କମିଟି ବୈଠକ ବସିବନି ବୋଲି ବାଚସ୍ପତି କହିଛନ୍ତି । ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୩୦ରେ ବିଧାନସଭା ବସିଥିଲା । ପୁଣି ୬ ମାସ ଭିତରେ ପରବର୍ତ୍ତୀ ବିଧାନସଭା ବୈଠକ ବସିବାର ନିୟମ ରହିଛି। ତେଣୁ ପରବର୍ତ୍ତୀ ଅଧିବେଶନ ପାଇଁ ସେପ୍ଟେମ୍ବର ଯାଏଁ ସମୟ ଅଛି । ଏଥିପାଇଁ ଲୋକସଭା ବାଚସ୍ପତି, ରାଜ୍ୟପାଳଙ୍କ ମତାମତକୁ ଅପେକ୍ଷା କରାଯାଇଥିବା ଓଡିଶା ବିଧାନସଭା ବାଚସ୍ପତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.