ବେଲମର୍ସ ଜେଲରେ ଷ୍ଟେଲା ମୋରିସ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ୱିକିଲିକସ୍‌ ସଂସ୍ଥାପକ ଜୁଲିୟାନ ଆସେଞ୍ଜ, ମିଳିଛି ଅନୁମତି

Published By : Prameya-News7 Bureau | November 12, 2021 IST

ଲଣ୍ଡନ ୧୨।୧୧: ୱିକି ଲିକସ୍ ସଂସ୍ଥାପକ ଜୁଲିୟାନ ଆସେଞ୍ଜ ବିବାହ କରିବେ। ଏ ନେଇ ଆସେଞ୍ଜଙ୍କ ଆବେଦନକୁ ଜେଲ ଗଭର୍ଣ୍ଣରଙ୍କ ଅନୁମୋଦନ ମିଳିଛି। ଏଣୁ ଅନୁମତି ମିଳିଯାଇଥିବାରୁ ଆସେଞ୍ଜ ତାଙ୍କ ପାର୍ଟନର ଷ୍ଟେଲା ମୋରିସ୍‌ଙ୍କୁ ବିବାହ କରିବେ ବୋଲି ଜଣାପଡିଛି। ବିବାହ ନିମନ୍ତେ ଅନୁମତିକୁ ଆସେଞ୍ଜ ତାଙ୍କର ବଡ଼ ବିଜୟ ବୋଲି କହିଛନ୍ତି। ଆଗକୁ ତାଙ୍କ ବିବାହରେ କୌଣସି ପ୍ରତିବନ୍ଧକ ରହିବନି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

{"id":542709,"width":840,"height":697,"sizeSlug":"full","linkDestination":"none"}

ୱିକିଲିକସ୍‌ ସଂସ୍ଥାପକଙ୍କ ବିରୋଧରେ ଆମେରିକାର ଆଇନଗତ କାର୍ଯ୍ୟାନୁଷ୍ଠାନୁ ଯୋଗୁ ଆସେଞ୍ଜ ଗତ ୨୦୧୯ ମସିହାରୁ ଲଣ଼୍ଡନର ବେଲମର୍ସ ଜେଲରେ ବନ୍ଦୀ ଅଛନ୍ତି।  ଏକ ବିବୃତ୍ତିରେ ଜେଲସେବା ମୁଖପାତ୍ର ସାଧାରଣ ବନ୍ଦୀଙ୍କ ପରି ଆସେଞ୍ଜଙ୍କ ବିବାହ ଆବେଦନ ଜେଲ ଗଭର୍ଣ୍ଣରଙ୍କୁ ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି। ସେହିପରି ଜେଲ ଗଭର୍ଣ୍ଣର ମଧ୍ୟ ମାମଲାରେ ଶୁଣାଣି କରିବା ପରେ ବିବାହକୁ ଅନୁମତି ଦେଇଛନ୍ତି। ଏଣୁ ଆସେଞ୍ଜ ବେଲମର୍ସ ଜେଲରେ ସାଥୀ ଷ୍ଟେଲା ମୋରିସ୍‌ଙ୍କୁ ବିବାହ କରିବେ ବୋଲି ଜଣାପଡିଛି।

{"id":542710,"sizeSlug":"full","linkDestination":"none"}

ଆସେଞ୍ଜ ଲଣ୍ଡନସ୍ଥିତ ଇକ୍ୱେଡର ଦୂତାବାସରେ ଶରଣ ନେଇଥିବା ବେଳେ ଷ୍ଟେଲା ମୋରିସଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଉଭୟଙ୍କ ସମ୍ପର୍କରୁ ଷ୍ଟେଲା ଏବେ ଦୁଇ ସନ୍ତାନଙ୍କ ଜନନୀ। ବିବାହ ନିମନ୍ତେ ଅନୁମତି ମିଳିଯାଇଥିବାରୁ ସେ ଆଶ୍ୱସ୍ତ ଅନୁଭବ କରୁଥିବା ଷ୍ଟେଲା ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ବିବାହ ଅଧିନିୟମ ୧୯୮୩ ଅନୁସାରେ ଜେଲରେ କୈଦୀ ବିବାହ ନିମନ୍ତେ ଆବେଦନ କରିବାକୁ ହକଦାର। ଆବେଦନ ଉପରେ ଗଭର୍ଣ୍ଣର ବିଚାର କରିବା ପରେ ଯଦି ନିବେଦନ ମଞ୍ଜୁର କରନ୍ତି ତେବେ ଜେଲରେ ବିବାହ ଆୟୋଜନ ନିମନ୍ତେ ସମସ୍ତ ବ୍ୟୟ ବନ୍ଦୀଙ୍କୁ  ବହନ କରିବାକୁ ପଡେ।  ଏଥିଲାଗି ସରକାରୀ ତହବିଲରୁ ଗୋଟିଏ ନୂଆ ପଇସା ବି ଖର୍ଚ୍ଚ ହୁଏନି। ସେହିପରି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଜେଲରେ ବନ୍ଦୀ କୈଦୀଙ୍କ ବିବାହ ସେହିଠାରେ ହିଁ ଅନୁଷ୍ଠିତ ହୁଏ। ତେବେ ‘ଡି’ କ୍ୟାଟେଗରୀରର ବନ୍ଦୀଙ୍କୁ ଏଥିରୁ ମୁକ୍ତ ରଖା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.