ଗାଁ ଜଙ୍ଗଲରୁ ଠାବ ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
16/01/2021 at 1:14 PM

ଘଟଗାଁ ୧୬।୦୧ : ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମେଲାଣ ଗାଁରେ ଠାବ ହୋଇଛି ମୃତଦହେ । ମୃତକ ଗୁଣ୍ଡୁରି ନାଏକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗାଁ କିଛି ଲୋକ ଜଙ୍ଗଲ ମଧ୍ୟକୁ କୌଣସି କାମ ଯାଇଥିଲେ । କିନ୍ତୁ ସେଠାରେ ଥିବା ଏକ ଗଛରେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ଜମିଯାଇଥିଲେ । ମୃତ ମହିଳାଙ୍କ ନାମ ଗୁଣ୍ଡୁରୀ ନାଏକ ବୋଲି ଜଣାପଡିଛି । ସେ ନିଜ ବେକରେ କପଡ଼ା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ରହିଛି ।
ତେବେ ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ? ନା କିଏ ତାଙ୍କୁ ମାରି ସେଠାରେ ଝୁଲାଇଦେଇଛି ? ନା ହତ୍ୟା ପାଇଁ ଆଉ କଣ ଥାଇପାରେ ? ଏପରି ଅନେକ ପ୍ରଶ୍ନ ଗ୍ରାମବାସୀଙ୍କ ମନରେ ଉଙ୍କି ମାରୁଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ଅନ୍ୟପଟେ ମହିଳାଙ୍କ ନାମ ବ୍ୟତୀତ ଆଉ କିଛି ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।