Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶୋଇବାକୁ ଯାଇ ଉଠିଲେନି, ପରିବାର ଲୋକ କବାଟ ଖୋଲି ଦେଖନ୍ତି…

24/06/2020 at 12:13 PM

ପାରାଦୀପ ୨୪।୦୬ : ପାରାଦୀପ ଥାନା ଅନ୍ତର୍ଗତ ପାରାଦୀପ ଗଡ଼ ଅଞ୍ଚଳରେ ଜଣେ ଯୁବକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।  ମୃତକ ହେଲେ ଅସିତ୍ ମଙ୍ଗରାଜ, ଏବଂ ତାଙ୍କ ବୟସ ୩ଦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ପାରାଦୀପ ଲକ୍ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପାରାଦୀପ ଥାନା ଅନ୍ତର୍ଗତ ପାରାଦୀପ ଗଡ଼ ଅଞ୍ଚଳରେ ଜଣେ ଯୁବକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକର ପରିଚୟ ଅସିତ ମଙ୍ଗରାଜ ବୟସ ୩୦ ବୋଲି ଜଣାପଡ଼ିଛି। ପାରାଦୀପ ଗଡ଼ ମଙ୍ଗରାଜ ସାହୀ ରେ ଆଦିକନ୍ଦ ମଙ୍ଗରାଜ ଙ୍କ ପୁଅ ଅସିତ୍ ଗତକାଲି ସବୁଦିନ ପରି ରାତି ଖାଦ୍ୟ ଖାଇବା ପରେ ନିଜ ରୁମ୍ ରେ ଶୋଇବାକୁ ଯାଇଥିଲେ।  ତେବେ ଆଜି ବିଳମ୍ବ ପର୍ଯ୍ୟନ୍ତ ସକାଳୁ ନ ଉଠିବାରୁ ବାଧ୍ୟ ହୋଇ କବାଟ ଖୋଲିଥିଲେ ପରିବାର ଲୋକ । କଟାବ ଖୋଲି ଦେଖନ୍ତି ତ, ବେକରେ ରସି ଲଗାଇ ଝୁଲୁ ଥିବାର ଦେଖିବାକୁ ମିଳିଥିଲା। ତେବେ ଏ ସଂକ୍ରାନ୍ତରେ ପାରାଦୀପ ଲକ୍ ଥାନାରେ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts