ଗଛରୁ ଝୁଲନ୍ତା ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…

Published By : Prameya-News7 Bureau | June 28, 2020 IST

ଆଠମଲ୍ଲିକ ୨୮।୦୬: ଆମ୍ବଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଶୋରନଗର ବ୍ଲକ ନାକଚି ଗାଁର ଥିବା ଆମ୍ବଗଛରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ନାକଚି ଗାଁର  ବିଜୟ ଲହରାଙ୍କ ଜ୍ୱାଇଁ ଅନିଲ ଲହରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି ।

{"id":292771,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅନିଲ ଲହରାଙ୍କ ଘର ଦଶପଲ୍ଲା ଅଞ୍ଚଳରେ । ଅନିଲ୍‌ ବିଜୟ ଲହାରଙ୍କ ଝିଅଙ୍କୁ ବିବାହ କରି ଶ୍ୱଶୁର ଘରେ  ଦୀର୍ଘ ପାଞ୍ଚବର୍ଷ ହେବ ରହିଆସୁଛନ୍ତି  । କିନ୍ତୁ ଆଜି ଗାଁ ନିକଟରେ ଥିବା ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା ।  ଗ୍ରାମବାସୀ ମାନେ ଅନିଲଙ୍କ ଶବ ନାକଚି ମହେଶ୍ୱରୀ ମନ୍ଦିର ପାଖ ଗଛରେ ଝୁଲନ୍ତା ଅବସ୍ଥାରେ  ଦେଖିବାକୁ ପାଇଥିଲେ, ପରେ ତୁରନ୍ତୁ ଘଟଣାସମଂପର୍କପରେ ପୋଲିସକୁ ଖବର ଦେଇଥିଲେ  । ହଣ୍ଡପା ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ତଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ପଚରା ଉଚରା ଜାରି ରଖିଥିଲା  । ଅନିଲଙ୍କ ଝୁଲନ୍ତା ଶବ  ଯେଉଁ ପ୍ରକାର ରହିଛି ସେଥିରୁ ଅନିଲର ମୁତୁ ସନ୍ଦେହଜନ ଲାଗୁଛି । ସେପଟେ ଅନିଲଙ୍କ ପରିବାର ଲୋକ ଘଟଣାସ୍ତଳରେ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଶବ ଵ୍ୟଵଛେଦ ହୋଇପାରୁନାହିଁ । ତେବେ ଅନିଲଙ୍କ ମୃତ୍ୟୁ କିଭଳି ଓ କେମିତି ହେଲା ସେନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ପୋଲିସ । ଖାସ୍‌ କରି ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାସଂପର୍କରେ ଜଣାପଡିବ । ବର୍ତ୍ତମାନ ସୁଦ୍ଧା ଅନିଲଙ୍କ ମୃତ୍ୟୁ ନେଇ କୌଣସି ପ୍ରକାରର ଅଭିଯୋଗ ହୋଇନାହିଁ । ପରିବାର ଲୋକଙ୍କ ଆସିବା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.