ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | November 01, 2020 IST

କଟକ୧/୧୧: ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ୧୯ ନମ୍ବର ୱାର୍ଡ କେଦାରେଶ୍ୱର ମୌଜାର ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତକ ମହିଳା ଜଣକ ହେଲେ ଶାନ୍ତି ମୂଖାର୍ଜୀ । ସେ ଏଠାରେ ଏକୁଟିଆ ନିଜର ପୁଅ ଆସୁ ସହିତ ରହୁଥିଲେ । ପୁଅ ଦିନ ୧ଟାରେ ବେଳେ ଖେଳି ସାରି ଘରକୁ ଫେରି ମା ଝୁଲୁ ଥିବାର ଦେଖି ପଡ଼ୋଶୀଙ୍କୁ ଡାକିଥିଲା। ସ୍ଥାନୀୟ ଲୋକ ଦିନ ପ୍ରାୟ ୧ ଟାରେ ଚୌଦ୍ଵାର ଥାନାକୁ ଖବର ଦେଇଥିଲେ । ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତ୍ୟୁର କାରଣ ଜଣାପଡିନି। ସାଇଣ୍ଟିଫିକ ଟିମ ଆସିଲେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.