Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଝୁଲନ୍ତା ଅବସ୍ଥାରେ ୧୨ ବର୍ଷ ଝିଅର ମୃତଦେହ ଉଦ୍ଧାର: ବାପ-ମାଆଙ୍କ ଅନୁପସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଘର ମାଲିକଙ୍କ ପୁଅ ଫେରାର

27/10/2020 at 10:15 PM

ଢେଙ୍କାନାଳ୨୭/୧୦: ଏକ ହୃଦୟବିଦାର ଘଟଣା ଘଟିଛି। ମୋଟଙ୍ଗା ଥାନା କୁରୁଣ୍ଟି ତନ୍ତି ସାହିରେ ଝୁଲନ୍ତା ଅବସ୍ଥାରେ ଜଣେ ୧୨ ବର୍ଷ ଝିଅର ମୃତଦେହ ଉଦ୍ଧାର ହୋଇଛି।

ବାପା-ମାଆ ଘରକୁ ଫେରିବା ପରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ବାପା ଓ ମା ଦିନମଜୁରିଆ ଭାବେ ଟାଟା ବିଏସଏଲ କାରଖାନାରେ କାମ କରିବାକୁ ଯାଇଥିଲେ।

ଭଡାରେ ରହୁଥିବା ଅଜବେଷ୍ଟସ୍ କଦିରୁ ପିନ୍ଧା ଲୁଗାରେ ଝୁଲୁଥିଲା ମୃତଦେହ। ଘରୁ ଉଦ୍ଧାର କଲା ପୁଲିସ। ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

ସନ୍ଦେହ ଘେରରେ ଥିବା ଘର ମାଲିକ ପୁଅ ଫେରାର ଅଛି। ଜଣେ ୧୨ ବର୍ଷ ଝିଅ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ କେହି ବି ହଜମ କରୁ ପାରୁ ନାହାନ୍ତି। ନିଶ୍ଚିତ ଭାବେ ତାକୁ ଦୁଷ୍କର୍ମ ଉଦ୍ୟମ ପରେ ରଶି ଲଗାଇ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଘଟଣାରେ ମୋଟଙ୍ଗା ପୁଲିସର ତଦନ୍ତ ଆରମ୍ଭ କରିଛି।

   Related Posts