ଜୁକରବର୍ଗ କହିଲେ ‘ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଦେଶ’, ବ୍ୟାପକ ହେବ Whats App Pay

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫।୧୨ :  ଫେସବୁକ୍‌ ସିଇଓ ତଥା ସହ ସଂସ୍ଥାପକ ମାର୍କ ଜୁକରବର୍ଗ ଭାରତରେ ମଙ୍ଗଳବାର ହ୍ୱାଟସ୍‌ ଆପ୍ ପେ ଲଞ୍ଚ କରିଛନ୍ତି। ଏହି ଅବସରରେ ଭାରତ ଆମ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଦେଶ ବୋଲି ସେ କହିଛନ୍ତି। ଖାସ କରି ଏଠାକାର ଏଣ୍ଟରପ୍ରିନିୟର ସଂସ୍କୃତି ସବୁଠୁ ଉଲ୍ଲେଖନୀୟ ବୋଲି ସେ କହିଛନ୍ତି। ନିକଟରେ ପ୍ରଚଳିତ ହୋଇଥିବା ହ୍ୱାଟ୍‌ସ୍ ଆପ ପେମେଣ୍ଟ ସେବାଗୁଡିକୁ ଦେଶରେ ବ୍ୟାପକ ରୂପ ଦେବା ଲାଗି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି।

{"id":377940,"width":575,"height":431,"sizeSlug":"large","linkDestination":"none"}

ଫସବୁକ୍ ମାଲିକାନାଧୀନ ହ୍ୱାଟସ୍‌ ଆପ ଗତମାସରେ ଭାରତରେ ତାଙ୍କର ପେମେଣ୍ଟ ସେବା ଆରମ୍ଭ କରିଛନ୍ତି। ଏଥିଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ)ଙ୍କ ମଞ୍ଜୁରି ମିଳିଛି। ଭାରତରେ ଏହି ସେବା ଆରମ୍ଭ କରିବା ଲାଗି ହ୍ୱାଟସ୍‌ ଆପ୍‌ ୨୦୧୮ ମସିହାରେ ୧ ମିଲିୟନ ୟୁଜରଙ୍କ ଦ୍ୱାରା ଦେଶରେ ୟୁପିଆଇ ଆଧାରିତ ପେମେଣ୍ଟ ସର୍ଭିସର ପରୀକ୍ଷଣ ଆରମ୍ଭ କରିଥିଲା।

{"id":377941,"sizeSlug":"large","linkDestination":"none"}

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସହ ଏ ନେଇ ଆଲୋଚନା କାଳରେ ଆମେ ଗତମାସରେ ଭାରତରେ ହ୍ୱାଟସ୍ ଆପ ପେ ଆରମ୍ଭ କରିଛୁ ବୋଲି କହିଛନ୍ତି। ଏବେ ଭାରତୀୟମାନେ କେବଳ ହ୍ୱାଟସ୍‌ ଆପରେ ବାର୍ତ୍ତା ନୁହେଁ ପରିବାର ଓ ସାଙ୍ଗସାଥୀଙ୍କୁ ହ୍ୱାଟସ୍‌ ଆପ୍ ପେ ଯୋଗେ ଅର୍ଥନେଣଦେଣ ମଧ୍ୟ କରିପାରିବେ। ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ତୁରନ୍ତ ଦେୟ ପୈଠକୁ ଅଧିକ ସରଳ କରିଥାଏ।

{"id":377942,"width":576,"height":383,"sizeSlug":"large","linkDestination":"none"}

ଦେଶରେ ଧିରୁଭାଇ ଅମ୍ବାନୀଙ୍କ ସୁଲଭ କନେକ୍ଟିଭିଟି ସ୍ୱପ୍ନକୁ ମନେ ପକାଇ ଆଜି ଭାରତୀୟମାନେ ପୋଷ୍ଟକାର୍ଡଠୁ ବି ଶସ୍ତାରେ ପରସ୍ପର ସହ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି। ଏହି ଦର୍ଶନକୁ ନେଇ ଆମେ ମ୍ୟାସେଜିଂ ମାଧ୍ୟମରେ ଲୋକଙ୍କୁ ପୈଠ ସୁବିଧା ପ୍ରଦାନ କରିବାକୁ ଯାଉଛୁ ବୋଲି କହିଛନ୍ତି। ଏନପିସିଆଇଙ୍କ ମଞ୍ଜୁରି ପରେ ଦେଶରେ ହ୍ୱାଟସ୍‌ ଆପ୍ ପେ ସର୍ଭିସ କ୍ରମଶଃ ଆରମ୍ଭ ହୋଇଯାଇଛି। ଏଥିରେ ଏବେ ଆହୁରି ଅଧିକ ୨ କୋଟି ଲୋକେ ସାମିଲ ହୋଇପାରିବେ। ଭାରତରେ ହ୍ୱାଟସଆପ୍‌ର ୪୦କୋଟିରୁ ଅଧିକ ୟୁଜର ଅଛନ୍ତି। ଏଣୁ ଭାରତ ଦ୍ୱାଟସପ୍‌ ଲାଗି ଏକ ବିସ୍ତୃତ ବଜାର ଭାବେ ଉଭା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.