ବାବା କା ଢାବା ପରେ 'ଜୁସ ଆମ୍ମା': ଭିଡିଓ ଦେଖି ଭାବପ୍ରବଣ ହେଉଛନ୍ତି ୟୁଜର୍ସ

Published By : Prameya-News7 Bureau | August 02, 2021 IST

ଅମୃତସର ୦୨/୦୮ : ଗତ ବର୍ଷ ଲକଡାଉନ ସମୟରେ ଗୌରଭ ଭାସନ ନାମକ ଜଣେ ୟୁଟ୍ୟୁବର୍ ବାବା କା ଢାବାର ମାଲିକ କାନ୍ତା ପ୍ରସାଦର ଏକ ଭିଡିଓ ସେୟାର କରିଥିଲେ ଯାହା ପରେ କାନ୍ତା ପ୍ରସାଦଙ୍କ ଜୀବନ ବଦଳି ଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଆଉ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ ମହିଳା ରାସ୍ତାରେ ଜୁସ ଠେଲା କରି ଜୁସ ବିକ୍ରି କରୁଥିବା ନଜର ଆସିଛନ୍ତି। ଭିଡିଓ ଦେଖିଲେ ଜଣାପଡୁଛି ବୃଦ୍ଧାଙ୍କ ବୟସ ୮୦-୮୫ ବର୍ଷ ମଧ୍ୟରେ ହେବ।

wp:html
/wp:html

ଭିଡିଓକୁ ୟୁଟ୍ୟୁବ ସ୍ୱାଦ ଅଫିସିଆଲ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ୧.୪ ମିଲିୟନ ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖିବା ପରେ ହଜାର ହଜାର ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଭିଡିଓ ଅମୃତସରର ଯେଉଁଠାରେ ବୃଦ୍ଧା ମହିଳା ନିଜର ଜୁସ ଷ୍ଟଲ କରିଛନ୍ତି। ସେ ନିଜେ ଫଳରୁ ରସ ବାହାର କରି ଲୋକମାନଙ୍କୁ ଦିଅନ୍ତି। ୩୦ ସେକେଣ୍ଡର ଏହି ଭିଡିଓରେ ସେ ତାଜା ଫଳରୁ ରସ ବାହାର କରୁଥିବା ନଜର ଆସିଛନ୍ତି।

ଭିଡିଓ ଦେଖିବା ପରେ ଲୋକେ ଭାବପ୍ରବଣ ହୋଇ ସୋସିଆଲ ମିଡିଆରେ କମେଣ୍ଟ କରିଛନ୍ତି, - 'ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ ' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆରାମ କରିବା ବୟସରେ ଆମ୍ମା କାମ କରୁଛନ୍ତି, ଆପଣ ମହାନ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.