Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଇମ୍ରାନଙ୍କ ଯିବା ବେଳ ହୋଇଗଲାଣି! ଇସ୍ଲାମାବାଦରେ ମୌଲାନା ଫଜଲୁର କହିଲେ ଏବେ ଆମେ ଚଳାଇବୁ ସରକାର

3/11/2019 at 5:46 PM

ଇସ୍ଲାମାବାଦ: ପାକିସ୍ତାନର ଆଜାଦି ମାର୍ଚ୍ଚ ଚଳାଇଥିବା ଜମିୟତ ଉଲେମା-ଏ-ଇସ୍ଲାମ-ଫଜଲ (ଜେୟୁଆଇ-ଏଫ)ମୁଖିଆ ଫଜଲୁର ରହେମାନ ଆଗାମୀ ୨ ଦିନରେ କଠୋର ନିଷ୍ପତ୍ତି ନେବେ ବୋଲି ସଙ୍କେତ ଦେଇଛନ୍ତି। ପାକିସ୍ତାନ ମଡିଆ ରିପୋର୍ଟ ମୁତାବକ ଇସ୍ଲାମାବାଦରେ ଧାରଣା ଦେଇ ବସିଥିବା ଲୋକଙ୍କୁ ମୌଲାନା ଫଜଲୁର ସମ୍ବୋଧିତ କରିଥିଲେ। ଯେଉଁଥିରେ କାଲି ଅଥବା ପଅରଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ ବୋଲି କହିଥିଲେ। ଜେୟୁଏଲ-ଏଫ ମୁଖିଆ ତାଙ୍କ ଧାରଣାକୁ ଅଧିକ ପ୍ରଭାବୀ ସ୍ଥାନକୁ ଉଠାଇ ନେବେ ବୋଲି କହିଛନ୍ତି।

ସେ ପରିସ୍ଥିତିକୁ ଅଧିକ ବିଗାଡିବାକୁ ଚାହୁଁନଥିବା କହିଛନ୍ତି। ଗତ ୯ ମାସରେ ଦେଶରେ ତାଙ୍କ ସଙ୍ଗଠନ ଦେଢକୋଟି ମାର୍ଚ୍ଚ କରିସାରିଲାଣି। ଆମେ କେତେ ସଙ୍ଗଠିତ ଏଥିରୁ ପ୍ରମାଣ ମିଳୁଛି ବୋଲି ଫଜଲୁର କହିଥିବା ବେଳେ ଏବେକାର ସରକାର ଦେଶର ସୁରକ୍ଷା ଲାଗି ବିପଦଜନକ ବୋଲି କହିଛନ୍ତି। ଏଣୁ ଇସ୍ଲାମାବାଦରେ ଆମେ ସରକାର ଚଳାଇବା ବୋଲି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଫଜଲୁର।

ସେ ଦେଶକୁ ସନ୍ତୁଷ୍ଟି ଓ ସୁରକ୍ଷା ଦେବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଛନ୍ତି। ଏଣୁ କାଳବିଳମ୍ବ ନ କରି ଇମ୍ରାନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଜେୟୁଏଲ-ଏଫ ମୁଖିଆ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଇମ୍ରାନଙ୍କ ସରକାର ଇସ୍ତଫା ନ ଦେଇଛନ୍ତି ଆମେ ବି ଏଠୁ ହଟିବୁନି ବୋଲି ସଫାସଫା କହିଛନ୍ତି ଫଜଲୁର । ଅକ୍ଟୋବର ୩୧ ତାରିଖ ଦିନ ଆଜାଦି ମାର୍ଚ୍ଚ ଇସ୍ଲାମାବାଦ ପହଞ୍ଚିଥିଲା। ଇମ୍ରାନଙ୍କୁ ଇସ୍ତଫା ଦେବା ଲାଗି ରହେମାନ ୨ ଦିନ ସମୟ ଦେଇଛନ୍ତି।

   Related Posts