ମୁମ୍ବାଇ ଏୟାରପୋର୍ଟରେ ହଜିଗଲା ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଡାଇମଣ୍ଡ ଇୟରରିଙ୍ଗ୍ : ଖୋଜି ଆଣିବା ବ୍ୟକ୍ତିଙ୍କୁ ପୁରସ୍କାର ଦେବାକୁ ସୋସିଆଲ ମିଡିଆରେ କଲେ ଘୋଷଣା
14/12/2020 at 12:45 PM

ମୁମ୍ବାଇ ୧୪/୧୨: ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଡାଇମଣ୍ଡ ଇୟରରିଙ୍ଗ୍ ମୁମ୍ବାଇ ଏୟାରପୋର୍ଟରେ କେଉଁଠି ଖସି ପଡ଼ିଛି। ଜୁହି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖି ଏହାକୁ ଖୋଜି ଆଣିବା ବ୍ୟକ୍ତିଙ୍କୁ ପୁରସ୍କାର ଦେବା କଥା କହିଛନ୍ତି।
ସୋସିଆଲ୍ ମିଡିଆରେ ଜୁହି ଲେଖିଛନ୍ତି ଯେ,‘ସେ ରବିବାର ସକାଳେ ମୁମ୍ବାଇ ଏୟାରପୋର୍ଟର ଗେଟ୍ ନମ୍ବର ୮ରାସ୍ତାରେ ଯାଉଥିଲେ। Emirates Counterରେ ସେ ଚେକ୍ଇନ୍ କରିଥିଲେ,ସିକ୍ୟୁରିଟି ଚେକ୍ ହୋଇଥିଲା,କିନ୍ତୁ ତା ଭିତରେ ତାଙ୍କର ଡାଇମଣ୍ଡ ଇୟରରିଙ୍ଗ୍ କେଉଁଠି ଖସି ପଡ଼ିଥିଲା। ଯଦି କେହି ସାହାଯ୍ୟ କରି ପାରିଲେ ତେବେ ସେ ବହୁତ ଖୁସି ହେବେ। ପୋଲିସକୁ ସୂଚନା ଦେଲେ ସେ ତାଙ୍କୁ ପୁରସ୍କାର ଦେବେ। ଏହା ତାଙ୍କ ମ୍ୟାଚିଂ ପିସ୍,ଯାହାକୁ ସେ ୧୫ବର୍ଷ ହେବ ସବୁବେଳେ ପିନ୍ଧି ଆସିଛନ୍ତି,ପ୍ଲିଜ୍ ଖୋଜିବାରେ ସାହାଯ୍ୟ କରନ୍ତୁ।’

ଏହି ପୋଷ୍ଟ୍ ସହ ଜୁହି ତାଙ୍କ ଇୟରରିଙ୍ଗର ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ନିଜ ହାତରେ ଇୟରରିଙ୍ଗ୍ ଧରିଛନ୍ତି। ଜୁହିଙ୍କ ଏହି ଇୟରରିଙ୍ଗ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଜୁହି ଖରାପ ସେବାର ଅଭିଯୋଗ କରି ମୁମ୍ବାଇ ଏୟାରପୋର୍ଟ ଅଧିକାରୀଙ୍କ ଉପରେ ଜୋରସୋରରେ ବର୍ଷିଥିଲେ। ସେ ସୋସିଆଲ୍ ମିଡିଆରେ ଅସନ୍ତୁଷ୍ଟ ହୋଇ କହିଥିଲେ ଯେ ଅବ୍ୟବସ୍ଥା ଯୋଗୁଁ ଅନେକ ପ୍ୟାସେଞ୍ଜର୍ସଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ସେ ଏହାକୁ ଲଜ୍ଜାଜନକ ବୋଲି କହିଥିଲେ।
