Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜୁହି ଚାଓ୍ଵଲା ହେଲେ ଆର୍ୟନଙ୍କ ଜାମିନଦାର, କହିଲେ- ମୁଁ ଛୋଟ ବେଳୁ ଜାଣିଛି, ଜମା କଲେ ୧ ଲକ୍ଷ ଟଙ୍କା

29/10/2021 at 6:02 PM

ମୁମ୍ବାଇ ୨୯।୧୦:  ଡ୍ରଗ୍ସ କେସ୍‌ରେ ଅକ୍ଟୋବର ୨ରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଶୁକ୍ରବାର ଜେଲ୍‌ରୁ ମୁକୁଳିପାରନ୍ତି। ହେଲେ ୫ଟା ୩୦ ସୁଦ୍ଧା ଆର୍ଥର ରୋଡ୍‌ ଜେଲ୍‌କୁ ବେଲ୍‌ ଅର୍ଡର କପି ଆସିଯିବାର ଥିଲା। ହେଲେ ଏ ଯାଏଁ ହାଇକୋର୍ଟର ବେଲ୍ ଅର୍ଡର କପି ଜେଲ୍ କର୍ତ୍ତୃପକ୍ଷଙ୍କୁ ମିଳିନାହିଁ। ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଆଦେଶ ଜାରି ହେବା ପରେ ଚୁହି ଚାଓ୍ଵଲା ଏନଡିପିଏସ କୋର୍ଟ ପହଞ୍ଚିଥିଲେ ଏବଂ ଏକ ଲକ୍ଷ ଟଙ୍କାର ବଣ୍ଡ ଜମା କରିଥିଲେ। ତାଙ୍କ ସହିତ ଆର୍ୟନ ଖାନଙ୍କ ଓକିଲ ଉପସ୍ଥିତ ଥିଲେ।

ଏନଡିପିଏସ କୋର୍ଟରେ ପହଞ୍ଚିବା ପରେ ଆର୍ୟନ ଖାନଙ୍କ ଓକିଲ ଜଜ୍‌ଙ୍କୁ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ଜୁହି ଚାଓ୍ଵଲାଙ୍କୁ ଜାମିନଦାର ଭାବେ ହାଜର କରାଉଛି। ଏହା ପରେ ଜୁହି ଚାଓ୍ଵଲା ଓ୍ଵିଟନେସ୍ ବକ୍ସରେ ହାଜର ହୁଅନ୍ତି। ଜଜଙ୍କ ପ୍ରଶ୍ନର ଉତ୍ତରରେ ଜୁହି ନିଜର ନାମ ଜୁହି ଚାଓ୍ଵଲା ମେହଟ୍ଟା କୁହନ୍ତି। ଏହା ଉପରେ ଜଜ ପ୍ରଶ୍ନ କରନ୍ତି ଯେ, ଆପଣ କାହାକୁ ଜାମିନରେ ନେବାକୁ ଆସିଛନ୍ତି। ଚାଓ୍ଵଲା କହିଛନ୍ତି, ମୁଁ ଆର୍ୟନ ଖାନଙ୍କୁ ଜାମିନରେ ନେବାକୁ ଆସିଛି। ଏହା ଉପରେ ଶାହରୁଖ ଖାନଙ୍କ ଓକିଲ କହିଛନ୍ତି ଯେ, ଜୁହି ଚାଓ୍ଵଲା ଛୋଟ ବେଳୁ  ହିଁ ଆର୍ୟନ ଖାନଙ୍କୁ ଜାଣିଛନ୍ତି ଏବଂ ଦୁଇ ପରିବାର ମଧ୍ୟରେ ନିବିଡ ସମ୍ବନ୍ଧ ରହିଛି।

ଜାଣନ୍ତୁ ଆଉ କ’ଣ ରହିଛି ସର୍ତ୍ତ
ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଜାମିନ ମିଳିସାରିଛି। ହେଲେ ଜେଲରୁ ବାହାରିବା ପୂର୍ବରୁ ଆର୍ଯ୍ୟନ ଖାନକୁ କିଛି ସର୍ତ୍ତ ଶୁଣାଇଛନ୍ତି କୋର୍ଟ । ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର ନିମନ୍ତେ ରଖିଥିବା ସର୍ତ୍ତରେ ଆର୍ୟନ ଜେଲରୁ ବାହାରିବା ପରେ ଏପରି କୌଣସି କାର୍ଯ୍ୟରେ ଲିପ୍ତ ହେବେନି ଯେଉଁଥି ଲାଗି ଏନସିବି ତାଙ୍କୁ ଗିରଫ କରିଥିଲା। ଅର୍ଥାତ କୌଣସି ପ୍ରକାର ଏନଡିପିଏସ ଆଇନ ଅନ୍ତର୍ଗତ ଗତିବିଧିରେ ଜଡ଼ିତ ହେବେନି। ସେହିପରି ଜେଲରୁ ଫେରିବା ପରେ ସେ ଏପରି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ କରିପାରିବେନି ଯିଏ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ଭାବେ କ୍ରୁଜ ଡ୍ରଗ କେସ୍‌ରେ ସାମିଲ ଅଛନ୍ତି।

ସେହିପରି ଆର୍ୟନ ନିଜେ ଅଥବା କାହାଦ୍ୱାରା ମାମଲାରେ ସାମିଲ ଲୋକେ ଅଥବା ସାକ୍ଷଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି କି ପ୍ରମାଣ ହେରଫେର କରିବାକୁ ଯେପରି ଉଦ୍ୟମ ନ କରନ୍ତି। ଏହା ଛଡା ଜାମିନରେ ଥିବା ବେଳେ ସେ ବିଦେଶ ଯାଇପାରିବେନି। ଏଣୁ ସ୍ପେଶାଲ କୋର୍ଟରେ ତାଙ୍କ ପାସପୋର୍ଟ ଜମା କରାଇବେ।

   Related Posts