Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କ୍ୟାରିଅରର ସବୁଠୁ ସଫଳ ସମୟରେ ଥିବାବେଳେ ଜୁହୀ ଚାୱଲା ବିବାହ କରିଥିଲେ ନିଜଠାରୁ ଯଥେଷ୍ଟ ବଡ ଜୟ ମେହେତାଙ୍କୁ, ଜାଣନ୍ତୁ କାରଣ

14/11/2019 at 12:56 PM

ମୁମ୍ବାଇ୧୪|୧୧: ବଲିଉଡର ସୁପରହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁହି ଚାୱଲା। ଗତ କାଲି ଜୁହି ନିଜର ୫୨ତମ ଜନ୍ମଦିନ ପାଳନ କରିଥିଲେ। ଜୁହି ଚାୱଲାଙ୍କ ଅଭିନୟକୁ ଲୋକେ ଆଜି ମଧ୍ୟ ପସନ୍ଦ କରନ୍ତି। ଲଭ ଷ୍ଟୋରୀରୁ ଆରମ୍ଭ କରି କମେଡି ଯାଏଁ ଜୁହି ସବୁ ଭୂମିକାରେ ନିଜର ବେଷ୍ଟ ଦିଅନ୍ତି।

ଜୁହି ଚାୱଲା ଜୟ ମେହତାଙ୍କୁ ବିବାହ କରିଛନ୍ତି। ଜୁହି ଓ ଜୟଙ୍କ ବୟସରେ ଲମ୍ବା ବ୍ୟବଧାନ ରହିଛି । ଜୟ ମେହତା ନିଜ ପତ୍ନୀ ଜୁହିଙ୍କ ତୁଳନାରେ ଅଦିକ ବୁଢା ଦେଖାଯାଆନ୍ତି। ଜୁହି ୫୨ ବୟୟସରେ ମଧ୍ୟ ବହୁତ ସୁନ୍ଦର ଲାଗନ୍ତି। ଥରେ ଟୁଇଟରରେ ଜୁହି ନିଜ ପ୍ରଶଂସକଙ୍କ ସହ କଥା ହେବା ସମୟରେ ଜୟ ମେହତାଙ୍କୁ ଟାଇମ୍‌ପାସ ବୋଲି କହିଥିଲେ। ହେଲେ ସେ ଏହି କଥା ଥଟା ମଜା କରି କହିଥିଲେ। ଜୁହି ଆଜି ମଧ୍ୟ ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

୯୦ ଦଶକର ଆଗଧାଢି ଅଭିନେତ୍ରୀ ଜୁହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିଲେ। ଜୁହିଙ୍କୁ ପରଦାରେ ଶାହରୁଖ ଓ ଆମୀର ଖାନଙ୍କ ସହ ଦେଖିବାକୁ ଦର୍ଶକ ବହୁତ ପସନ୍ଦ କରନ୍ତି। କାରଣ ଏମାନଙ୍କ ଯୋଡି ଇଣ୍ଡଷ୍ଟ୍ରିରେ ଖୁବ ହିଟ୍‌ ଥିଲା। “ଡର” ଫିଲ୍ମରେ ଅଭିନୟ କରିବା ପରେ ଜୁହିଙ୍କ କ୍ୟାରିଅର ଏକ ଅଲଗା ସଫଲତା ଦିଗରେ ଗତି କରୁଥିଲା।

ହମ ହେ ରାହି ପ୍ୟାର କେ ଓ ଇସ୍କ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ କ୍ୟାରିଅରର ଶୀର୍ଷରେ ଥିବାବେଲେ ଅଚାନକ ନିଜଠାରୁ ଯଥେଷ୍ଟ ବଡ ଜୟ ମେହତାଙ୍କୁ ବିବାହ କରିବା ନିଷ୍ପତ୍ତି ନେଇଥିଲେ ।

ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଜୟ ପୂର୍ବରୁ ମଧ୍ୟ ବିବାହିତ ଥିଲେ । ଅବଶ୍ୟ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିଲେ ।

ଜୟ ମେହେତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ସୁଜାତା ବିରଲା। ୧୯୯୦ ମସିହାରେ ଜୟ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ। ୧୯୯୫ ମସିହାରେ ଜୟ ଓ ଜୁହିଙ୍କ ବିବାହ ହୋଇଥିଲା।

ସେତେବେଳେ ଜୁହିଙ୍କ କ୍ୟାରିଅର ଟପ୍‌ରେ ଥିଲା ଓ ବିବାହ ପରେ ମଧ୍ୟ ଜୁହି ସୁପରହିଟ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ଏବେ ଜୁହି ୨ଟି ସନ୍ତାନଙ୍କ ମାଆ। ଜୁହି ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି। ହେଲେ ପିଲ୍ମ ଦୁନିଆରୁ ଦୂରେଇଯାଇଛନ୍ତି ।

ତେବେ ଜୁହି କାହିଁକି ଜୟ ମେହେତାଙ୍କୁ ବିବାହ କକରିବାକୁ ନିଷ୍ପତ୍ତି ନେଲେ ତାହା ତାଙ୍କୁ ଆଜି ଯାଏ କେହି ପଚାରିବାକୁ ସାହସ କରିନାହାନ୍ତି । ହେଲେ ବଲିଉଡରେ ଚାଲିଥିବା ଆଲୋଚନାକୁ ଯଦି ବିଶ୍ବାସ କରାଯାଏ ତାହେଲେ ପ୍ରଥମ ପତ୍ନୀଙ୍କ ଛାଡପତ୍ର ଦେବାପରେ ବିଶିଷ୍ଟ ବ୍ୟବସାୟୀ ଜୟ ମେହେତା ଜୁହିଙ୍କୁ ଏକ ତରଫା ପ୍ରେମ କରିବାକୁ ଲାଗିଲେ ।

ଜୁହି ମଧ୍ୟ ପରବର୍ତ୍ତୀ ସମୟରେ ଜୟ ମେହେତାଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ତେବେ ଏହି ପ୍ରେମ କାହାଣୀ ଦୀର୍ଘଦିନ ଧରି ସମସ୍ତଙ୍କ ନଜର ଆଢୁଆଳରେ ଆଗକୁ ବଢି ଶେଷରେ ବିବାହର ରୂପ ନେଇଥିଲା ।   

   Related Posts