Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଆମୀରଙ୍କ ଭଣଜା ଇମରାନଙ୍କ ସହ ନିର୍ବନ୍ଧ କରିଥିଲେ ଜୁହି ଚାଓ୍ବଲା

13/11/2018 at 1:43 PM

ମୁମ୍ବାଇ ୧୩/୧୧: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜୁହି ଚାଓ୍ବଲା ‘କୟାମତ ସେ କୟାମତ ତକ’,‘ପ୍ରତିବନ୍ଧ’,ରାଜୁ ବନ ଗୟା ଜେଣ୍ଟଲମ୍ୟାନ୍’,‘ହମ ହେ ରାହି ପ୍ୟାର କେ’,‘ଡର’ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ। ୧୯୬୭ମସିହା ନଭେମ୍ବର ୧୩ରେ ପଞ୍ଜାବରେ ଜନ୍ମ ହୋଇଥିବା ଜୁହିଙ୍କ ହସକୁ ତାଙ୍କ ଫ୍ୟାନମାନେ ଭୁଲି ପାରିବେ ନାହିଁ। ତାଙ୍କ ବ୍ୟାବସାୟିକ ଜୀବନ ଗୋଟିଏ ଖୋଲା ବହି ଭଳି ଥିଲା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମସ୍ତଙ୍କୁ ଅଜଣା ଥିଲା। ଆଜି ତାଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନରେ ଜାଣିବା କେତେକ ଅଜଣା କଥା:

ଜୁହିଙ୍କ ପିତା ପଞ୍ଜାବୀ ଏବଂ ମାଆ ଗୁଜୁରାଟୀ ଥିଲେ। ପୂଜନାବରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ତାଙ୍କ ପୂରା ପରିବାର ମୁମ୍ବାଇ ସ୍ଥାନାନ୍ତର କରିଥିଲେ। ମୁମ୍ବାଇରେ ଜୁହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ୧୯୮୪ରେ ମିସ୍ ଇଣ୍ଡିଆ ହୋଇଥିଲେ।

ଜୁହି ୧୯୮୬ରେ ଫିଲ୍ମ ‘ସଲ୍ତନତ’ରେ ଜରିନା ଭୂମିକାରେ ଡେବ୍ୟୁ କରିଥିଲେ; କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହା ପରେ ୧୯୮୭ରେ ଦକ୍ଷିଣରେ ପ୍ରସିଦ୍ଧ ନିର୍ଦ୍ଦେଶକ ରବିଚନ୍ଦ୍ରନଙ୍କ ଫିଲ୍ମ ପ୍ରେମଲୋକାରେ ଜୁହି କାମ କରିଥିଲେ ଯାହା ବ୍ଲକବଷ୍ଟର ହୋଇଥିଲା।

୧୯୮୮ମସିହାରେ ତାଙ୍କ କ୍ୟାରିୟରର ସବୁଠୁ ହିଟ ଫିଲ୍ମ ‘କୟାମତ ସେ କୟାମତ ତକ’ରେ କାମ କରିଥିଲେ ଯେଉଁଥିରେ ଆମୀର ଖାନ୍ ତାଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ବାଣିଜ୍ୟିକ ସ୍ତରରେ ହିଟ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଜୁହିଙ୍କୁ ଶ୍ରେଷ୍ଠ ନବାଗତା ଆଓ୍ବାର୍ଡ ମିଳିଥିଲା।

କୟାମତ ସେ କୟାମତ ତକ ସେଟରେ ଜୁହି ଚାଓ୍ବଲା ଆମୀର ଖାନଙ୍କ ଭଣଜା ଇମରାନ ଖାନଙ୍କ ସହ ନିର୍ବନ୍ଧ କରିଥିଲେ। ବାସ୍ତବରେ ଇମରାନ ମାମୁଁ ଆମୀରଙ୍କ ସହ ସୁଟିଂ ସେଟକୁ ଯାଉଥିଲେ। ଇମରାନ ଜୁହିଙ୍କ ଜଣେ ବଡ଼ ଫ୍ୟାନ୍ ଥିଲେ। ଇମରାନ ଜୁହିଙ୍କୁ ସେଟରେ ପ୍ରପୋଜ କରିଥିଲେ ଏବଂ ତାଙ୍କୁ ମୁଦି ପିନ୍ଧାଇଦେଇଥିଲେ। ଜୁହି ମଧ୍ୟ କୁନି ଇମରାନଙ୍କ ମୁଦି ଗ୍ରହଣ କରିଥିଲେ। ଜୁହି ଏହି ଘଟଣାର ଖୁଲାସା ଏକ ସାକ୍ଷାତକାରରେ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଇମରାନ ସେହି ସମୟରେ ୪ବର୍ଷର ଥିଲେ।

ଫିଲ୍ମ ସହିତ ଜୁହି ଟେଲିଭିଜନ ଶୋ ‘ଝଲକ ଦିଖଲାଜା’ ରେ ଜଜ୍ ହୋଇଥିଲେ। ସେ ଶାହରୁଖ ଖାନଙ୍କ ସହ ମିଶି ଫିଲ୍ମ ପ୍ରଡକ୍ସନରେ ମଧ୍ୟ ପାଦ ଥାପିଥିଲେ। ଜୁହି ‘ଫିର ଭି ଦିଲ ହେ ହିନ୍ଦୁସ୍ତାନୀ’,‘ଅଶୋକା’,‘ଚଲତେ ଚଲତେ’ ଫିଲ୍ମ ପ୍ରଡ୍ୟୁସ୍ କରିଥିଲେ।

୧୯୯୮ମସିହାରେ ଜୁହି ଚାଓ୍ବଲା ପ୍ରସିଦ୍ଧ ଉଦ୍ୟୋଗପତି ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ଝିଅ ଏବଂ ଜଣେ ପୁଅ ଅଛନ୍ତି। ତାଙ୍କ ନାଁ ଜାହ୍ନବୀ ଏବଂ ଅର୍ଜ୍ଜୁନ।

   Related Posts