ଜୁହିଙ୍କୁ ଝଟ୍‌କା: ୫ଜି ନେଟଓ୍ବାର୍କକୁ ନେଇ କରିଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ, ଲାଗିଲା ୨୦ ଲକ୍ଷ ଟଙ୍କାର ଜରିମାନା

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୪/୬: ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ୫ଜି ଟେକନୋଲୋଜିକୁ ନେଇ ଦାଏର କରିଥିବା ଆବେଦନ ଖାରଜ ହୋଇଛି। ଏହା ସହ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଜଷ୍ଟିସ୍‌ ଜେଆର ମିଧାଙ୍କ ଖଣ୍ଡପୀଠ ଏହି ମାମଲାର ଉପରେ ଶୁକ୍ରବାର ନିଜର ରାୟ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବୁଧବାର ଏହି ମାମଲାର ଶୁଣାଣି ମଧ୍ୟ କରିଥିଲେ କୋର୍ଟ ।

କୋର୍ଟ ଫିସ ଭରିନାହାନ୍ତି ଜୁହି ଚାଓ୍ବଲା। ଦେଢ଼ ଲକ୍ଷ ଟଙ୍କା  ଗୋଟିଏ ସପ୍ତାହ ଭିତରେ ଜମା କରିବାକୁ ଜୁହିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଜୁହିଙ୍କ ଆବେଦନରେ କୌଣସି ପ୍ରକାର ତଥ୍ୟ ନଥିବା ବେଳେ ନିଜର ପବ୍ଲିସିଟି ପାଇଁ କୋର୍ଟର ସମୟ ନଷ୍ଟ କରିଥିବା ଖଣ୍ଡପୀଠ କହିଛନ୍ତି। ଜୁହି କୋର୍ଟର ଶୁଣାଣି ସମୟର ଭିଡିଓ ବନ୍ଧୁମାନଙ୍କୁ ସେୟାର କରି ଶସ୍ତା ପବ୍ଲିସିଟି କରୁଥିବା ମଧ୍ୟ କୋର୍ଟ କହିଛନ୍ତି। କୋର୍ଟର କାର୍ଯ୍ୟ ପ୍ରଣାଣୀର ଦୂରୁପଯୋଗ କରିଥିବା ନେଇ ଜୁହିଙ୍କ ଉପରେ ଫାଇନ୍‌ ଲଗାଇଛନ୍ତି କୋର୍ଟ। ତଥ୍ୟ ବିନା ଆବେଦନ ହୋଇଥିବା ନେଇ ଖୋଦ ଆବେଦନକାରୀ ଜାଣିନାହାନ୍ତି।

ଏହା ସମ୍ପୂର୍ଣ୍ଣ ଭାବେ ପରାମର୍ଶ ଭିତ୍ତିରେ କରାଯାଇଛି ଯାହାକି କେବଳ ପବ୍ଲିସିଟି ପାଇଁ ଥିଲା ବୋଲି ଜଜ୍ କହିଛନ୍ତି। ଅଭିନେତ୍ରୀ ଜୁହି ଚାଓ୍ବାଲା ଦେଶରେ ୫ଜି ନେଟଓ୍ବାର୍କ ସ୍ଥାପିନ ହେବାର କୂପ୍ରଭାବକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହା ଦ୍ବାରା ମଣିଷ, ଜୀବ ଯନ୍ତୁ, ଗଛ ଏବଂ ପରିବେଶ ଉପରେ ବିକିରଣର ପ୍ରଭାବ ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଜୁହି ଚାଓ୍ବଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.