Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କେକେଆର ପାଇଁ ଜୁହି ଚାଓ୍ୱଲା କରୁଛନ୍ତି ପ୍ରାର୍ଥନା, ଜିତିଗଲା ସିଏସକେ, ଇଣ୍ଟରନେଟରେ ଟ୍ରୋଲ୍ ହେଉଛନ୍ତି ଅଭିନେତ୍ରୀ

30/10/2020 at 7:55 PM

ଦୁବାଇ, ୩୦।୧୦:    ଆଇପିଏଲର ୪୯ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଚେନ୍ନାଇ କେକେଆରକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ମ୍ୟାଚ୍ ଚାଲିଥିବା ବେଳେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଆସିଥିଲା ଯେତେବେଳେ ପ୍ରଶଂସକମାନଙ୍କ ଉତ୍କଣ୍ଠା ବଢିଯାଇଥିଲା । ଅନ୍ୟପକ୍ଷରେ କେକେଆରର ସହ-ମାଲିକାଣୀ ଜୁହି ଚାଓ୍ୱଲା ମଧ୍ୟ ଚିନ୍ତିତ ନଜର ଆସିଥିଲେ ।

ମ୍ୟାଚ୍ ସମୟରେ ଜୁହି ଆଖି ବନ୍ଦ କରି କେକେଆରର ବିଜୟ ନେଇ ପ୍ରାର୍ଥନା କରିଥିବା ନଜର ଆସିଥିଲେ । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ଟ୍ରୋଲ୍ କରିଛନ୍ତି ।

ଧୃବ ଗୋୟଲ ନାମକ ଜଣେ ଯୁବକ ଲେଖିଛନ୍ତି ଯେ, ଜୁହି କେଉଁ ମନ୍ତ୍ର ପଢିଥିଲେ ତାଙ୍କୁ ପଚରାଯାଉ, ଏବେ ସେ ମନ୍ତ୍ର କେବେ ପଢିବା କଥା ନୁହେଁ । ଆଉ ଜଣେ ଲେଖିଛନ୍ତି ଯେ, ଜୁହି ଭାବିଥିଲେ ଯେ ତାଙ୍କ ମନ୍ତ୍ର କାମ କରିବ ।

ସେହିପରି ଆଉ ଜଣେ ଯୁଜର ଲେଖିଛନ୍ତି ଯେ, ଜୁହି ନିକଟରେ ଡର୍୨ ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଜାଡେଜା କ୍ରିଜରେ ଶାହରୁଖଙ୍କ ଅଭିନୟ କରୁଛନ୍ତି ।

ସୂଚନାଯୋଗ୍ୟ, ଏହି ମ୍ୟାଚ୍ ଚେନ୍ନାଇ ହାତରୁ ଖସିବାକୁ ଆସୁଥିବା ବେଳେ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ । ଶେଷ ଓଭରରେ ସେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ଚେନ୍ନାଇକୁ ଶେଷ ୨ ବଲରେ ୭ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ଲଗାତର ଦୁଇଟି ଛକା ମାରି ଦଳକୁ ବିଜୟ ଉପହାର ଭେଟି ଦେଇଥିଲେ ।

   Related Posts