ଦୁର୍ଦ୍ଦାନ୍ତ ଅପରାଧୀ ଜୁଗା ଖାଁ ଗିରଫ, ପୋଲିସ ହେପାଜତରୁ ମାରିଥିଲା ଚମ୍ପଟ
23/02/2021 at 10:09 PM

କଟକ୨୩/୨: ଦୁର୍ଦ୍ଦାନ୍ତ ଅପରାଧୀ ଜୁଗା ଖାଁ ଗିରଫ। କଟକ ସଦର ଥାନା ପୋଲିସ ହେପାଜତରୁ ଚମ୍ପଟ ମାରିଥିଲା ଜୁଗା। ଦାଦାବଟି ଆଦାୟ କରିବା ଅଭିଯୋଗରେ ତାକୁ କଟକ ସଦର ପୋଲିସ ଉଠାଇ ଆଣିଥିଲା। କିନ୍ତୁ ଥାନାରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲା ଏହି ଅଭିଯୁକ୍ତ। ଏହି ଅଭିଯୁକ୍ତ ବିରୋଧରେ ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା। ୨୦୧୮ ମସିହାରେ ଜୁଗା ଖାଁ ପୋଲିସ ଏନ୍କାଉଣ୍ଟର କରିବା ସହ ଗିରଫ କରିଥିଲା। ଜେଲ୍ରୁ ବାହାରିବା ପରେ ପୁଣି ଆରମ୍ଭ କରିଥିଲା ଦାଦାବଟି ଆଦାୟ। ପୁଣି ଜୁଗାକୁ କଟକ ପୋଲିସ ଗିରଫ କରିଥିଲା। ହେଲେ ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ପୁଣି ଗିରଫ କରିଛି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021