Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ଅଧା ଓଡିଶାରେ କାଳବୈଶାଖୀ ବର୍ଷା, ୩୦ ରୁ ୪୦ କିମି ବେଗରେ ବୋହିପାରେ ପବନ
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୦୩୧ ପଜିଟିଭ୍
  • ||

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜୁଏଲ ଓରାମ ଓ ନିରଞ୍ଜନ ପଟ୍ଟନାୟକ

17/06/2018 at 9:46 AM

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକ ଡେଞ୍ଜର ଟ୍ରେଣ୍ଡ ସୃଷ୍ଟି କରୁଛନ୍ତି । ରାଜ୍ୟରେ ଅରଜାକତା ସୃଷ୍ଟି କରୁଛନ୍ତି, ତାର ନେତୃତ୍ବ ନେଉଛନ୍ତି । ନୀତି ଆୟୋଗରେ ଯୋଗ ନଦେଇ ସମ୍ବିଧାନର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଘଂନ କରୁଛନ୍ତି । ଆମେ ସମ୍ବିଧାନ ଅନୁଯାୟୀ କାମ କରୁଛୁ ହେଲେ ମୁଖ୍ୟମନ୍ତ୍ରୀ ଲୋକାଲ ବଡିଜ୍ଙ୍କୁ ନେଇ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ସମ୍ବିଧାନରେ ଶପଥ ନେଇଥିଲେ କିନ୍ତୁ ପାର୍ଟି ଦାୟିତ୍ବ ପାଇଁ ଅଧିକ ସିରିୟସ । ଯାହାକି ଶୁଭଙ୍କର ନୁହେଁ । ଯେମିତି ନକ୍ସଲମାନେ ପୋଲିସକୁ ଗାଁରେ ପୁରାଇ ଦେଉନାହାନ୍ତି, ସରକାରଙ୍କୁ ପୁରାଇ ଦେଉନାହାନ୍ତି, ଭୋଟ ବର୍ଜନ କରୁଛନ୍ତି ସେହିଭଳି ସରକାର ମଧ୍ୟ ନୀତି ଆୟୋଗକୁ ବୟକଟ୍ କରୁଛନ୍ତି , ଆକାଂକ୍ଷା ଜିଲ୍ଲାକୁ ବୟକଟ୍ କରୁଛି, ଆୟୁଷ୍ମାନ ଯୋଜନାକୁ ବୟକଟ୍ କରୁଛି । ତେଣୁ ଜନସାଧାରଣଙ୍କ ପାଖରେ ଏସବୁ କଥା ସ୍ପଷ୍ଟ କରନ୍ତୁ ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ – ନୀତି ଆୟୋଗକୁ ମୁଖ୍ୟମନ୍ତ୍ରୀ ଗତବର୍ଷ ଯାଇଥିଲେ, ବର୍ଷକରେ କଣ ହେଲା ଯେ, ସେ ଏଥର ଗଲେନି | ନୀତି ଆୟୋଗ ଦେଶର ସବୁଠୁ ବଡ ଫୋରମ | ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥାରେ ନଯିବାଟା କଣ ଠିକ୍ ହେଲା | କେଉଁ ଫୋରମରେ ଓଡିଶାର ସମସ୍ୟା ଉପସ୍ଥାପନା କରିବେ | କାଲି କଣ ନବୀନ କହିବେ ସାଂସଦମାନେ ସଂସଦ ଯାଆନ୍ତୁ ନାହିଁ ବୋଲି ?ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବିରୋଧୀ, ସିଏ ବି ଗଲେ | ବିଜେପିର ନୀତିକୁ ସେ ବି ସମର୍ଥନ କରୁଛନ୍ତି | ହେଲେ ନବୀନଙ୍କ ନୀତି ଅସ୍ପଷ୍ଟ |

   Related Posts