ଏକ୍ଜିଟ ପୋଲକୁ ନେଇ ଜୁଏଲ ଓରାମ ପ୍ରତିକ୍ରିୟା “ବିଜେପି ୭୦ରୁ ଅଧିକ ସିଟ୍ ଜିତିବ”
20/05/2019 at 12:14 PM

ଭୁବନେଶ୍ୱର ୨୦/୫ : ଏକ୍ଜିଟ ପୋଲ୍ ନେଇ ଜୁଏଲ ଓରାମ ପ୍ରତିକ୍ରିୟା ରଖିଥନ୍ତି । ଲୋକସଭାକୁ ନେଇ ଏକ୍ଜିଟ ପୋଲ୍ ଠିକ୍ ପ୍ରମାଣିତ ହେବବୋଲି ଜୁଏଲ କହିଛନ୍ତି । ଓଡିଶାରେ ଲୋକସଭା ସିଟ୍ ଆକଳନ ମଧ୍ୟ ସତ ହେବ ବୋଲି ସେ କହିଛନ୍ତି । ବିଜେପି ୭୦ରୁ ଅଧିକ ସିଟ୍ ଜିତିବ ଏବଂ ଓଡିଶାରେ ସରକାର ଗଢିବ ବୋଲି ଜୁଏଲ କହିଛନ୍ତି । ଏକଥା ସେ ନିଜ ମନରୁ ନୁହେଁ ବରଂ ଦଳୀୟ ସର୍ଭେ ଆଧାରରେ କହୁଛନ୍ତି ବୋଲି ମତ ଦେଇଛନ୍ତି ।