Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଲୋକସଭା ଚଳାଇବେ ୨ଓଡ଼ିଆ ପୁଅ ! ରବି ରାୟଙ୍କ ପରେ ଲୋକସଭା ବାଚସ୍ପତି ହେବାରେ ଜୁଏଲ ହେବେ ଦ୍ବିତୀୟ ଓଡ଼ିଆ !!

4/06/2019 at 6:48 PM

ଭୁବନେଶ୍ୱର ୪/୬ : ସରିଲା ମନ୍ତ୍ରି ମଣ୍ଡଳ ବିଭାଗ ବଣ୍ଟା। ହେବେ ଲୋକସଭାରେ କିଏ ହେବ ବାଚସ୍ପତି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ବଡ଼ କଥା ହେଉଛି ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତିର ରେସ୍‌ରେ ଅଛନ୍ତି ଦୁଇ ଓଡ଼ିଆ। ବାଚସ୍ପତି ଲାଗି ଜୁଏଲଙ୍କ ନାଁ ଆଗେ ଆସୁଥିବା ବେଳେ ଉପବାଚସ୍ପତି ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ଚର୍ଚ୍ଚା ହେଉଛି। ….

ଲୋକସଭା ଚଳାଇବେ ୨ ଓଡ଼ିଆ ପୁଅ । ସମ୍ଭାବ୍ୟ ବାଚସ୍ପତି ଚର୍ଚ୍ଚାରେ ଜୁଏଲ ଓରାମ୍ ଓ ଉପବାଚସ୍ପତି ରେସରେ ଭର୍ତ୍ତୃହରି ମହତାବଙ୍କ ନାଁ ଆଗରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଜୁଏଲଙ୍କୁ ବାଚସ୍ପତି ପଦ ମିଳିବା ସମ୍ଭାବନା ଦେଖାଦେଇଛି । ଦଳର ଆଦିବାସୀ ଫେସ୍ ଭାବେ ଜୁଏଲ ଓରାମଙ୍କୁ ଏହି ପଦ ଦେବାକୁ ବିଜେପି ଇଚ୍ଛୁକ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

ଏଥରକୁ ମିଶାଇ ୫ ଥରର ସାଂସଦ ଜୁଏଲଙ୍କ ଅଭିଜ୍ଞତା ତାଙ୍କ ଦାବିଦାରୀକୁ ମଜବୁତ୍ କରୁଛି ।  ଆଉ ଯଦି ଏମିତି ହୁଏ ତେବେ ରବି ରାୟଙ୍କ ପରେ ଲୋକସଭା ବାଚସ୍ପତି ହେବାରେ ଜୁଏଲ ହେବେ ଦ୍ବିତୀୟ ଓଡ଼ିଆ ।  ତେବେ ଜୁଏଲଙ୍କ ବାଦ୍ ବିଜେପିର ବରିଷ୍ଠ ନେତା ଏସ୍. ଆହୁଲୱାଲିଆ, ମେନକା ଗାନ୍ଧୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ବାଚସ୍ପତି ରେସରେ ଜୁଏଲଙ୍କ ନାଁ ଚର୍ଚ୍ଚାକୁ ଆସିବା ନେଇ ରାଜ୍ୟ ବିଜେପି କ୍ୟାମ୍ଫ୍ ଉତ୍ସାହିତ।

ସେପଟେ ଉପବାଚସ୍ପତି ରେସରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି । ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ଶାସକ ଦଳରୁ ହେଉଥିବାରୁ ସଂସଦର ପରମ୍ପରା ଅନୁସାରେ, ଉପବାଚସ୍ପତି  ସାଧାରଣତଃ ବିରୋଧୀ ଦଳକୁ ଯାଇ ଥାଏ ।

ଗତଥର AIADMKର ଥମ୍ବିଦୁରାଇ ଉପବାଚସ୍ପତି ହୋଇଥିବା ବେଳେ ଏଥର ଏହା ବିଜେଡି ପାଖକୁ ଆସିପାରେ । ତେଣୁ ଅଭିଜ୍ଞତା ଓ ପ୍ରଦର୍ଶନ ଆଧାରରେ ଭର୍ତ୍ତୃହରିଙ୍କୁ ଏହି ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ସେପଟେ ଏ ନେଇ ବିଜେଡି ନେତାଙ୍କ କହିବା କଥା, ଏ ଯାଏଁ କିଛି ଖବର ଆସି ନାହିଁ । ଆସିଲେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ।

ଲୋକସଭାକୁ ଚଳାଇବାର ଦାୟିତ୍ବ ଯଦି ୨ ଓଡ଼ିଆ ପୁଅଙ୍କୁ ଏକା ସାଥୀରେ ମିଳିଲା, ତା ହେଲେ ଏହା ନିଶ୍ଚୟ ସାରା ରାଜ୍ୟ ଲାଗି ଗର୍ବର ବିଷୟ ହେବ ।

   Related Posts